ରାଉଲକେଲାରେ ଅଭାବନୀୟ ଘଟଣା, ବାହାଘର ଭୋଜି ଖାଇ ୪୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ
Khabar Odisha:Unexpected-incident-in-Raulkela-more-than-40-people-get-sick-after-eating-out

ରାଉଲକେଲା, ନଭେମ୍ବର ୨୫(ଖବର ଓଡ଼ିଶା): ରାଉଲକେଲାରେ ଅଭାବନୀୟ ଘଟଣା । ବାହାଘର ଭୋଜି ଖାଇ ୪୦ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ।

ବାସନ୍ତୀ କଲୋନୀ ହରିପୁର ବସ୍ତିରେ ଆଜି ଏକ ବାହାଘର ହେଉଥିବା ବେଳେ ଏଥିରେ ଯୋଗ ଦେଇଥିବା ଲୋକମାନେ ଭୋଜି ଖାଇ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ୪୦ରୁ ଉର୍ଦ୍ଧ୍ୱ ଲୋକ ଅଧିକ ଅସୁସ୍ଥ ହେବାରୁ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଫୁଡ୍ ପଏଜନିଙ୍ଗ ଯୋଗୁଁ ଏଭଳି ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏତେ ମାତ୍ରାରେ ଲୋକ ଏକା ସାଙ୍ଗରେ ଅସୁସ୍ଥ ହୋଇପଡିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

  • Tags:

Subscribe

National International State Sports Entertainment