୩ ଦିନିଆ ରିମାଣ୍ଡରେ ଯିବେ ନକଲି ଔଷଧ କାରବାର ମାମଲାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ
Khabar Odisha:Two-accused-arrested-in-fake-drug-trade-case-to-go-on-3-day-remand
କଟକ,ସେପ୍ଟେମ୍ବର 27(ଖବର ଓଡ଼ିଶା):

ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ କଟକରେ ନକଲି ଔଷଧ କାରବାର ମାମଲାରେ ଗୟାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତ । ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କଟକ ଏସଡିଜେଏମ୍ କୋର୍ଟ।

ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ।୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁରୀଘାଟ ଥାନା ପୁଲିସ ହେଲେ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦିଆଯାଇଛି।

ଯଦି ଆଉ କାହାର ସଂପୃକ୍ତିର ସୂଚନା ମିଳେ ତେବେ ଗିରଫଦାରୀର ସଂଖ୍ୟା ବୃଦ୍ଧି ପାଇବା ନେଇ କଟକ ଡିସିପି ପିନାକ ମିଶ୍ର ସୁଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment