ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ହେଉଛି ଶେଷ ଦିନ। ଅପରାହ୍ନ ୪ଟା ରେ ପ୍ରଚାର ବନ୍ଦ। ଚଳିତ ମାସ ନଭେମ୍ବର ୧୧ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ରାଜନୈତିକ ଦଳର ନେତାମାନେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର କରିବେ। ଏଥିପାଇଁ ତିନି ଦଳଙ୍କର ଜାରି ରହିଛି ଜୋରଦାର ପ୍ରଚାର। ଏହି ପରିପ୍ରେକ୍ଷୀରେ ବିଜେପି ଗତକାଲି ପୁଣିଥରେ ତାର ଶକ୍ତି ପ୍ରଦର୍ଶନ କରିଥିଲା ।
ମୋହନ ଚରଣ ମାଝି ନିଜେ ପ୍ରଚାର ମୈଦାନକୁ ଓହ୍ଲାଇ ପ୍ରଚର କରୁଥିବାର ନଜର ଆସିଥିଲେ। ଏହା ସହିତ ବିଜେଡ଼ିକୁ କଡ଼ା ଟାର୍ଗେଟ୍ ମଧ୍ୟ କରିଥିଲେ । ନବୀନଙ୍କ ବଡ଼ ଗାଡ଼ିରେ ନିଜ ପ୍ରାର୍ଥୀଙ୍କ ପାଇଁ ଜାଗା ନ ଥିଲା ବୋଲି କହିଥିଲେ ମୋହନ । ତେବେ ଆଜି ଅନ୍ତିମ ଦିନରେ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ନେତା ଓ କର୍ମୀମାନେ ଉଦ୍ୟମ କରିବେ।