ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୧୮ତମ ବାର୍ଷିକ ଉତ୍ସବ ପାଳିତ ହେବାପାଇଁ ଯାଉଛି। ଏହି ଉତ୍ସବ ପୁରୀ ସ୍ବର୍ଗଦ୍ବାର ବେଳାଭୂମି ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ।ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୧୮ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବାକୁ ଥିବାବେଳେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେବ। ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହୋଇଥାଏ।
ଆଜିର ଏହି ୧୮ତମ ବର୍ଷ ପୂର୍ତ୍ତି ଉତ୍ସବରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଗଜପତି ମହାରାଜା ଦିବ୍ୟସିଂହ ଦେବ, କେନ୍ଦ୍ରମନ୍ତ୍ରୀ ବିଶେଷ୍ୱର ଟୁଡୁ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ଉପସ୍ଥିତ ରହି ଭକ୍ତ ଜନଙ୍କୁ ଧାର୍ମିକ ଜ୍ଞାନ ବାର୍ତା ସହ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ। ବିଶ୍ୱର କଲ୍ୟାଣ ଓ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଆଳତୀ କରାଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ତେବେ ଅପରାହ୍ନରେ ମହୋଦଧି ଆରତୀ ଆରମ୍ଭ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହି ଆଳତୀ ସମ୍ପନ୍ନ କରିବେ।
ଅଧିକ ପଢନ୍ତୁ : ଆଜି ଶ୍ରୀଜିଉଙ୍କ ସୁନାବେଶ