୧୮୭୭ ମସିହା ଆଜିର ଏହି ପବିତ୍ର ଦିନରେ ଓଡିଶାର ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ହେବା ସହିତ ସାମାଜିକ କର୍ମୀ, ସଂସ୍କାରକ, ରାଜନୈତିକ, ସାମ୍ବାଦିକ, କବି ଏବଂ ପ୍ରବନ୍ଧକ ଥିଲେ । ୧୨ ଅଗଷ୍ଟ ୧୯୦୯ରେ "ସତ୍ୟବାଦୀ ବନ ବିଦ୍ୟାଳୟ" ପୁରୀ ଜିଲ୍ଲାରେ ପ୍ରତିଷ୍ଠା କରିଥିଲେ । ୧୯୧୪ ରେ " ସତ୍ୟବାଦୀ " ନାମକ ଏକ ମାସିକ ପତ୍ରିକା ପ୍ରକାଶ କରିଥିଲେ ଏବଂ ଏହାର ସମ୍ପାଦନା ଭାର ମଧ୍ୟ ସମ୍ଭାଳିଥିଲେ ।
ଉତ୍କଳମଣି ୪ ଅକ୍ଟୋବର ୧୯୧୯ ସେ ସାପ୍ତାହିକ ଖବରକାଗଜ 'ଦି ସମାଜ' ଆରମ୍ଭ କରିଥିଲେ, ଯାହା ଓଡିଶାର ସବୁଠାରୁ ଲୋକପ୍ରିୟ ଖବରକାଗଜ ଭାବରେ ପରିଗଣିତ । ସେ ପ୍ରଥମେ ବାଲେଶ୍ୱର ଜିଲ୍ଲାର ନୀଲାଗିରିରେ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ସେ ଓଡ଼ିଶାର ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଭାବେ ମଧ୍ୟ ଜଣାଶୁଣା । ଇଂରେଜମାନଙ୍କୁ ଭାରତରୁ ହଟେଇବା ପାଇଁ ଓ ଭାରତୀୟ ମାନଙ୍କୁ ସ୍ୱାଧୀନତାର ସ୍ୱାଦ ଚଖେଇବା ପାଇଁ ନିଜ ଜୀବନର ସମସ୍ତ ଦିନ ଭାରତୀୟମାନଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ସେ ଦୁଃଖୀ, ରୋଗୀ ଓ ବ୍ୟାଧିଙ୍କର ଦୁଃଖ ଦେଖି ପାରୁନଥିଲେ । ନିଜର ସାମର୍ଥ୍ୟ ଅନୁଯାୟୀ ସେମାନଙ୍କୁ ସାହାଯ୍ୟ କରୁଥିଲେ । ଦୁଃଖୀ, ରୋଗୀଙ୍କ ସେବାରେ ନିଜର ସମସ୍ତ ଜୀବନକୁ ଲିପ୍ତ କରୁଥିଲେ ।