ପୁରୀ : ଧାଡି ଦର୍ଶନ ପାଇଁ ହେବ ପରୀକ୍ଷାମୂଳକ ବ୍ୟବସ୍ଥା । ଏହି ବ୍ୟବସ୍ଥା ଡିସେମ୍ୱର ୨୮ କିମ୍ବା ୨୯ ତାରିଖରେ ହେବ ବୋଲି ସୂଚନା ମିଳିଛି ! ଆସନ୍ତା ଜାନୁୟାରୀ ମାସ ୧ ତାରିଖରୁ ହେବ ଧାଡି ଦର୍ଶନ । ନାଟ ମଣ୍ଡପ ଭିତରେ କିଭଳି ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେନେଇ ବାରିକେଡ ବ୍ୟବସ୍ଥା କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ବ୍ୟବସ୍ଥାବଳୀ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି। ଯେଉଁ କମିଟିରେ ଏସପି, କମାଣ୍ଡର ଓ ନୀତି ପ୍ରଶାସକ ସଦସ୍ୟ ରହିଛନ୍ତି ।
କିଛି ଦିନ ପୂର୍ବେ ଏହି ପରିପ୍ରେକ୍ଷୀରେ ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ଭକ୍ତମାନେ ସାତ ପାହାଚ ଦେଇ ଭିତରକୁ ଆସିବେ। ଶ୍ରୀଜିଉଙ୍କୁ ଦର୍ଶନ କରି ସାରିକି ଘଣ୍ଟି ଦ୍ୱାର ଓ ଗାରଦ ଦ୍ୱାର ଦେଇ ସେମାନେ ବାହାରକୁ ବାହାରିବେ। ମହିଳା, ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଦର୍ଶନ କିପରି ସୁଙ୍ଗମ ହେବ ସେଥି ପାଇଁ ଭିନ୍ନ ଏକ ବ୍ୟବସ୍ଥା କରାଯାଇଛି। ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ପ୍ରସ୍ଥାନ କରିବେ ଓ ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ। ଏଥିପାଇଁ ବ୍ୟବସ୍ଥା କରାଯାଉଛି।
ନୂଆ ବ୍ୟବସ୍ଥା ହେଲେ ହୁଣ୍ଡି ସ୍ଥାନାନ୍ତର ହେବ। ସେଥିପାଇଁ ରାଜ୍ୟ ସରକାରଙ୍କ ଆଇନ ବିଭାଗର ଅନୁମୋଦନ ଆବଶ୍ୟକ। ଖୁବଶୀଘ୍ର ଦର୍ଶନ ବ୍ୟବସ୍ଥା ନେଇ SOP କରାଯିବ।
ଅଧକ ପଢନ୍ତୁ: ଆସନ୍ତା ଶିକ୍ଷା ବର୍ଷରୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ