ଅକ୍ସିଜେନ୍ ପରିବହନ ପାଇଁ ଅଣ୍ଟା ଭିଡ଼ିଛି ପୋଲିସ, ଓଡ଼ିଶାରୁ ବିଶାଖାପାଟଣା ଓ ପୁଣେ ଗଲା ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର
Khabar Odisha:The-waist-dragging-the-police-Visakhapatnam-and-Pune-throat-pulmonary-critical-for-the-cargo-tank-transportation
ଭୁବନେଶ୍ୱର, ଏପ୍ରିଲ 23 (ଖବର ଓଡ଼ିଶା):

ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ପାଇଁ ମେଡିକାଲରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି । ଗତ ଏକ ସପ୍ତାହ ମଧ୍ୟରେ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦେଖାଦେଇଛି । ଦୈନିକ ଅକ୍ସିଜେନ୍ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ନେଇ ଖବର ଆସିବାରେ ଲାଗିଛି ।

ଏଭଳି ସ୍ଥିତିରେ ଓଡିଶା ସରକାର ସାରା ଦେଶକୁ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହାରି ଭିତରେ କରୋନାରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବିଶାଖାପାଟଣା ଏବଂ ପୁଣେକୁ ଆଜି ଦିନ ଓଡିଶାରୁ ଆଉ ଦୁଇଟି ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁରର ଏକ ଇଣ୍ଡଷ୍ଟ୍ରିଆଲ୍ ୟୁନିଟରୁ ଦୁଇଟି ଟ୍ୟାଙ୍କର୍ ବିଶାଖାପାଟଣା ଏବଂ ପୁଣେକୁ ଏକ ଡେଡିକେଟେଡ୍ କରିଡର ମଧ୍ୟରେ ପୋଲିସ୍ ପଠାଇଛି। ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଂକଟ ଦେଖା ଦେଇଛି ।

ଅକ୍ସିଜେନ୍ ପରିଚାଳନା ଓ ଅନ୍ୟ ରାଜ୍ୟକୁ ଯୋଗାଣ ନେଇ ନିକଟରେ ଦିଲ୍ଲୀ ହାଇକୋର୍ଟ ଓଡ଼ିଶାକୁ ପ୍ରଶଂସା କରିଥିଲେ । ଏବେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ ଅକ୍ସିଜେନ୍ ପରିବହନ ପାଇଁ ପୋଲିସ ଅଣ୍ଟା ଭିଡ଼ିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ।

  • Tags:

Subscribe

National International State Sports Entertainment