ପାରାଦ୍ୱୀପ : ଗିରଫ ହେଲା ଏମ୍ଭି ପର୍ପଲ୍ ଫର୍ଚୁନ୍ ଜାହାଜ । ସାମଗ୍ରୀ ଯୋଗାଣ ବାବଦ ମାତ୍ର୧୫ ଲକ୍ଷ ଟଙ୍କା ଦେଇନପାରିବାରୁ ଏହି ଆଦେଶ ଜାରି କରିଛନ୍ତି ବିଚାରପତି ଜଷ୍ଟିସ ଏମ.ଏସ ରମଣ । ପାରାଦ୍ୱୀପ ବନ୍ଦର ନିସିଦ୍ଧାଞ୍ଚଳ ମଧ୍ୟରେ ଏମ ଭି ପରପଲ ଫଚ୍ୟନ୍ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୬୦ କୋଟି ଟଙ୍କା ହେଵ ଏହି ଜାହାଜ କୁ ଅଟକ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରିକରିଛନ୍ତି । ଜାହାଜର ମାଲିକଙ୍କୁ ଜଵାବ ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି ।
ସୂଚନାଯୋଗ୍ୟ ଏମ୍.ଏଚ୍ ବ୍ଲାଣ୍ଡ୍ ଏସ୍. ଏଲ୍ ନାମକ ଏକ ସଂସ୍ଥା ଚୁକ୍ତି ମୁତାବକ ଅର୍ଥ ନପାଇବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସଂସ୍ଥା ପକ୍ଷରୁ ହାଇକୋର୍ଟ ଆବେଦନ କରାଯାଇଥିଲା ଯେ,ଯଦି ଏହି ମାମଲାକୁ ଗ୍ରହଣ କରି ଯଦି ତ୍ଵରିତ ଭାବେ ଶୁଣାଣି ନକରାଯିବ ତାହା ହେଲେ ଏହି ଜାହାଜ ପାରାଦ୍ଵୀପ ପୋର୍ଟ ଛାଡିଦେବ । ଏଥିସହ ହାଇକୋର୍ଟ ଗିରଫ ଜାହାଜ ଏମ୍ଭି ପର୍ପଲ୍ ଫର୍ଚୁନ୍(ଆଇଏମ୍ଓ-୯୫୦୦୬୯୯) ର ମାଲିକଙ୍କୁ ଜବାବ ରଖିବା ଲାଗି ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୨ ତାରିଖ ପରେ କରାଯିବ । ଏମ୍.ଏଚ୍ ବ୍ଲାଣ୍ଡ୍ ଏସ୍.ଏଲ୍ ପକ୍ଷରୁ ରୁଜୁ ଏହି ମାମଲାକୁ ତ୍ୱରିତ ଭାବେ ଗ୍ରହଣ କରି ବିଚାର କରିବାକୁ ପ୍ରାର୍ଥନା କରାଯାଇଥିଲା । ଆବେଦନକାରୀ ସଂସ୍ଥା ଦର୍ଶାଇଥିଲେ ଯେ, ଯଦି ଏହି ମାମଲା ବିଚାର ପାଇଁ ଗ୍ରହଣ ନହୁଏ ତାହେଲେ ଏହି ଜାହାଜ ପାରାଦୀପ ବନ୍ଦର ଛାଡ଼ି ଚାଲିଯିବ । ତେଣୁ ଆସନ୍ତା ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିହେବ ନାହିଁ । ଅବସରକାଳୀନ ଅଦାଲତରେ ଏହାର ଶୁଣାଣି ହୋଇଥିଲା । ଜାହାଜର କମ୍ପାନୀର ପକ୍ଷରୁ ଆବେଦନକାରୀ ସଂସ୍ଥା କିଛି ସାମଗ୍ରୀ ଯୋଗାଣ କରିଥିଲା । କିନ୍ତୁ ଜାହାଜ କତୃପକ୍ଷ କହିବା ଦ୍ଵାରା ଟଙ୍କା ଦେଇପାରିନଥିଲେ । ଫଳରେ ଉକ୍ତ ସଂସ୍ଥା ହାଇକୋର୍ଟ କୁ ଯାଇଥିଲେ । ଅନ୍ୟପକ୍ଷରେ ଆବେଦନକାରୀ ସଂସ୍ଥା ଅଭିଯୋଗର ପ୍ରାଥମିକ ପ୍ରମାଣ ଥିବାରୁ ଜାହାଜକୁ ତୁରନ୍ତ ଗିରଫ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ସଂସ୍ଥା ପକ୍ଷରୁ ଆଇନଜୀବୀ ଈଶ୍ୱର ମହାନ୍ତି ମାମଲା ପରିଚାଳନା କରୁଛନ୍ତ ।
ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଏଚଏଆଇ ୫୦୫ ଆଇଏମଓ କୁ ଗିରଫ କରିବା ମଧ୍ୟ ନିଦ୍ଦେର୍ଶ ଦେଇଥିଲେ । ହାଇକୋର୍ଟ । ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ କରିନଥିବାରୁ ଗିରଫ କରିଥିଲା ମେରାଇନ ପୋଲିସ । ପରେ ଅର୍ଥ ଜମା କରିବାପରେ ମୁକୁଳିଥିଲା ଜାହଜ ।