ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ଏହା ଫେବୃଆରୀ ୫ ରୁ ଆରମ୍ଭ ହୋଇ ୧୩ ଯାଏଁ ହେବାକୁ ଥିବା ବେଳେ ମଙ୍ଗଳବାର ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ତେବେ ଦ୍ୱିତୀୟ ଦିନରେ ବେଶ୍ ସରଗରମ ରହିବା ଆଶା କରାଯାଉଛି। ଗୃହରେ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଧାନସଭାର ଏହା ଶେଷ ଅଧିବେଶନ ।
ସେହିପରି ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ କିମ୍ବା ମୁଲତବି ପ୍ରସ୍ତାବ ଆସିପାରେ। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହରେ ଆଲୋଚନା ହେବ। ସ୍ୱଳ୍ପ ଦିବସର ଅଧିବେଶନରେ ବିରୋଧୀ ଦଳ ଶାସକ ଦଳକୁ ଗୃହରେ ଘେରିବା ପାଇଁ ରଣନୀତି କରିପାରନ୍ତି।
ଅଧିକ ପଢନ୍ତୁ : ଡ଼. ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ISBT