ପାରାଦ୍ୱୀପ: ଗଭୀର ସମୁଦ୍ର ଭିତରେ ବଞ୍ଚି ଯାଇଛି ୨୭ ନାବିକଙ୍କ ଜୀବନ । ପାରଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ଏକ ବଡ଼ ରେସ୍କ୍ୟୁ ଅପରେସନ୍ ଦ୍ୱାରା ଏହା ସମ୍ଭବ ହୋଇପାରିଛି ।
ସୂଚନା ମୁତାବକ ପାରାଦ୍ଵୀପ ବନ୍ଦରରୁ ପଣ୍ୟ ନେ଼ଇ ଯାଉଥିବା ଏକ ଜାହଜ “ଏମ୍ ଭି ବିଶ୍ୱ ଉଦୟ” ଭିତରେ ହଟାଠ ପାଣି ପଶିଥିଲା । ଫଳରେ ପ୍ରୋପାଇଲର ସାଫ୍ଟ ବନ୍ଦ ହୋଇଯାଇଥିଲା । ନିକ ଭାରସ୍ୟାମ ହରାଇ ମଝି ସମୁଦ୍ରରେ ଅଟକି ରହିଥିଲା ଜାହାଜ । ଏସ୍ ସିଆଇ ଲିମିଟେଡର ଏକ ଜରୁରୀ ଅନୁରୋଧକୁ ଗୁରୁତ୍ୱ ଦେଇ ପାରାଦ୍ଵୀପ ବନ୍ଦରରୁ ୫୦ ନଟିକଲ୍ ମାଇଲ୍ ଦୂରରେ ଫସି ରହିଥିବା ଜାହଜ ଏମ୍ ଭି ବିଶ୍ୱ ଉଦୟ କୁ ଉଦ୍ଧାର ପାଇଁ ପାରାଦ୍ଵୀପ ବନ୍ଦରରୁ ହାର୍ବଲ୍ ମାଷ୍ଟର କ୍ୟାପଟେନ୍ ମୁଖାର୍ଜୀଙ୍କ ନେତୃତ୍ବରେ ଦୁଇଟି ଟଗ୍ ବୋଟ୍ ଡଲଫିନ ୨୫ ଓ ଡଲଫିନ ୨୦ ଘଟଣାସ୍ଥଳରେ ପହଁଚିଥିଲା । ଜାହାଜର ଥିବା ଫସି ରହିଥିବା ୨୭ ଜଣ ନାବିକଙ୍କ ଏବଂ ଜାହାଜକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ପାରାଦ୍ଵୀପ ବନ୍ଦର ଅଂକ୍ରେଜ୍ ଏରିଆକୁ ଅଣାଯାଇଥିଲା । ଫଳରେ ୨୭ଟି ଜୀବନ ପାଣିରେ ବୁଡ଼ିବା ପୂର୍ବରୁ ବର୍ତ୍ତି ଯାଇଛି ।