ଖୁବଶୀଘ୍ର ଡ଼.ଆମ୍ବେଦକରଙ୍କ ନାଁରେ ନାମିତ ହେବା ପାଇଁ ଯାଉଛି ବରମୁଣ୍ଡା ISBT। ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ ହେବ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତାସହ ଆମ୍ବେଦକରଙ୍କ ଜୀବନ ଓ ଆଦର୍ଶକୁ ନେଇ ୯ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ମଧ୍ୟ ନିର୍ମାଣ କରାଯିବ। ଯେଉଁଠି ଡିଜିଟାଲ ଜ୍ଞାନକୌଶଳ ଜରିଆରେ ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଉପସ୍ଥାପନ କରାଯିବ। ବାବା ଆମ୍ବେଦକର ତାଙ୍କ ଜୀବନକୁ ଦଳିତଙ୍କ ଉନ୍ନତି ପାଇଁ ଉତ୍ସର୍ଗ କରିଥିବା ଆମ୍ବେଦକରଙ୍କ ଜୀବନ ଓ ଆଦର୍ଶକୁ ନେଇ ୯ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ମଧ୍ୟ ନିର୍ମାଣ କରାଯିବ। ଏଠାରେ ଡିଜିଟାଲ ଜ୍ଞାନକୌଶଳ ଜରିଆରେ ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଉପସ୍ଥାପନ କରାଯିବ। ନବନିର୍ମିତ ବରମୁଣ୍ଡା ବର୍ତ୍ତମାନଠାରୁ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ୍ ଭାବରେ ପରିଚିତ ହେବ।ଡ. ଆମ୍ବେଦକରଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ପ୍ରବନ୍ଧ ସହିତ ଭାରତୀୟ ସମ୍ବିଧାନର ଏକ କପି ଏଠାରେ ପ୍ରଦର୍ଶିତ ହେବ।
ନିର୍ମିତ ବସଷ୍ଟାଣ୍ଡର ଏହି ମାସରେ ଉଦଘାଟନ ହେବାର ସମ୍ଭାବନା ରହିଛି। ୧୫.୫ ଏକରରୁ ଅଧିକ ଜମି ପରିବେଷ୍ଟିତ ଏହି ବରମୁଣ୍ଡା ISBT ପ୍ରକଳ୍ପ, ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଦ୍ୱାରା ପରିଚାଳିତ ହୋଇଛି । ଏହି ଟର୍ମିନାଲରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ବହୁମୁଖୀ କାର୍ ପାର୍କିଂ, ପିକ୍ ଅପ୍ / ଡ୍ରପ୍ ଅଫ୍ ସୁବିଧା, ସୋଲାର ପ୍ୟାନେଲ୍ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ଆଧୁନିକ ସୁବିଧା ସହିତ ଅଫିସ୍ ସ୍ପେସ୍, ପାର୍କିଂ ସୁବିଧା, ଫୁଡ କୋର୍ଟ, ରେଷ୍ଟୁରାଣ୍ଟ ଏବଂ ବାଣିଜ୍ୟିକ କ୍ଷେତ୍ରଗୁଡିକ ପ୍ରଦାନ କରାଯିବ। ଭିନ୍ନକ୍ଷମ ଯାତ୍ରୀଙ୍କ ସୁବିଧା ପାଇଁ ଯାତାୟାତ ସୁବିଧା, ଆହାର କେନ୍ଦ୍ର ଶିଶୁ ମାନଙ୍କ ପାଇଁ ଖାଇବା କକ୍ଷ ଇତ୍ୟାଦି ସୁବିଧା ରହିବ। ଏଠାରେ ଏକ ଶିଶୁ ଖେଳ କ୍ଷେତ୍ର, ଏକ ପ୍ରାଥମିକ ସ୍ୱାସ୍ଥ୍ୟseba ପାଇଁ କ୍ଲିନିକ୍ ମଧ୍ୟ ବ୍ୟବସ୍ଥା କରାଯିବ। ତେବେ ଯାତ୍ରୀଙ୍କ ନିରାପତ୍ତା ପାଇଁ ଟର୍ମିନାଲ୍ କାର୍ଯ୍ୟ ପରିଚାଳନା ପାଇଁ ଏକ ପ୍ରଶାସନିକ କୋଠା, ଶୌଚାଳୟ ସୁବିଧା ତଥା ଏକ ପୋଲିସ୍ ସୁବିଧା କେନ୍ଦ୍ର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।
ଅଧିକ ପଢନ୍ତୁ : ଅଯୋଧ୍ୟାକୁ ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍