ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା,ସତର୍କ ସୂଚନା ଜାରି କଲେ ପାଣିପାଗ କେନ୍ଦ୍ର ଭୁବନେଶ୍ଵର
Khabar Odisha:The-meteorological-center-Bhubaneswar-has-issued-a-warning-of-heavy-to-very-heavy-rains-in-the-state

ଭୁବନେଶ୍ୱର, ଜୁନ୍ 11(ଖବର ଓଡ଼ିଶା): ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେ ଏ ନେଇ ପାଣିପାଗ ବିଭାଗ ଭୁବନେଶ୍ଵର କେନ୍ଦ୍ର ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ଯାଜପୁର, ଭଦ୍ରକ,ବୌଦ୍ଧ, ବଲାଙ୍ଗୀର ଓ ଢ଼େଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଚେତାବନୀ ଜାରି କରାଯାଇଛି।

ଏହା ସହିତକଳାହାଣ୍ଡି, କନ୍ଧମାଳ,ବାଲେଶ୍ବର,କେନ୍ଦୁଝର, ମୟୁରଭଞ୍ଜ,ସୁନ୍ଦରଗଡ଼, ଝାରସୁଗୁଡ଼ା,ବରଗଡ଼, ଦେବଗଡ଼, ପୁରୀ, ଖୋର୍ଧା, ନୟାଗଡ଼, କୋରାପୁଟ, ମାଲକାନଗିରି, ଗଞ୍ଜାମ, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲା ଗୁଡିକରେ ୟେଲୋ ଚେତାବନୀ ଜାରୀ କରାଯାଇଛି।

ତେବେ ପୁର୍ବ ସୂଚନା ମୁତାବକ ଏହି ସମୟରେ ପ୍ରବଳ ବର୍ଷା କାରଣରୁ ଅଚାନକ ବନ୍ଯା ଏବଂ ଭୁସ୍ଖଳନ ଆଦି ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ ରାଜ୍ୟ ବିପର୍ଯ୍ୟୟ କମିଶନର ସବୁ ଜିଲ୍ଲାର ମୁଖ୍ୟ ମାନଙ୍କୁ ଚିଠି ଲେଖି ସତର୍କ କରାଇଦେଇଛନ୍ତି।

  • Tags:

Subscribe

National International State Sports Entertainment