ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ, ଶରଧାବାଲିରେ ଲାଗିଲା ତିନି ରଥ ପୁରୀ, ଜୁଲାଇ ୧(ଖବର ଓଡିଶା): Share story: ଦୀର୍ଘ ୨ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଆଜି ବଡଦାଣ୍ଡରେ ଭକ୍ତ ଓ ଭଗାବାନଙ୍କ ମଧ୍ୟରେ ମିଳନ ହୋଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତିନି ରଥକୁ ଟାଣିନେଇ ଶରଧାବାଲିରେ ଲଗାଇଛନ୍ତି । ତାଳଧୋଜ, ଦର୍ପଦଳନ ଓ ନନ୍ଦିଘୋଷ ତିନି ରଥ ଏବେ ଶରଧାବାଲିରେ ଲାଗି ସାରିଛି । ତେବେ ଯାହା ନିତି ନିର୍ଘଣ୍ଟ କରାଯାଇଥିଲା ସେହି ଅନୁସାରେ ତିନି ରଥ ଶରଧାବାଲିରେ ଲାଗି ସାରିଛନ୍ତି । ପ୍ରଥମେ ତାଳଧ୍ୱଜ, ଦର୍ପଦଳନ ଓ ପରେ ନନ୍ଦିଘୋଷ ରଥ ପହଞ୍ଚିଥିଲା । ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଖବର ଓଡ଼ିଶା, Reporter, 01/07/2022