ରାଜ୍ୟରେ ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ଯାହାଫଳରେ ଶୀତର ପରିମାଣ ମଧ୍ୟ ଅହେତୁକ ଭାବେ ବଢ଼ିବାରେ ଲାଗିଛି। ଏପରିକି ୧୦ ଡିଗ୍ରୀ ତଳେ ୨୩ ସହର ରହିଥିବା ବେଳେ ୩୮ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ତେଣୁ ଅସ୍ତବ୍ୟସ୍ତ ହେଲାଣି ଧନଜୀବନ। ତେବେ ଆଜି ୩ ଡିଗ୍ରୀ ସହ ସବୁଠୁ ଥଣ୍ଡା ପାଲଟିଛି ଜି.ଉଦୟଗିରି। ସେମିଳିଗୁଡାରେ ୪.୧, ଫୁଲବାଣୀରେ ୫, ରାଉରକେଲାରେ ୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଶୀତ ସହିତ ଘନ କୁହୁଡି ମଧ୍ୟ ଜାରି ରହିଛି। ଯାହାଫଳରେ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ।
Read More >