ପ୍ରତିବର୍ଷ ଚିଲିକାକୁ ନୂଆ ନୂଆ ଦେଶୀ- ଵେଦେଶୀ ପକ୍ଷୀମାନେ ଆସିଥାନ୍ତି। ଏପରିକି ଏହି ବିଦେଶୀ ପକ୍ଷୀଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ପ୍ରବଳ ଭିଡ ଲାଗେ। ତେବେ ଚିଲିକାରେ ବର୍ତ୍ତମାନ ବିଦେଶୀ ପକ୍ଷୀଙ୍କ ଶିକାର ହେଉଥିବା ନେଇ ଘଟଣା ସାମ୍ନାକୁ ଆସିଛି। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଚିଳିକାରୁ ୧୮ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ କରିଛି। ଚିଲିକା ମଧ୍ୟରୁ ବିଦେଶୀ ପକ୍ଷୀଙ୍କ ଶିକାର ପରେ ସେସବୁକୁ ଏକ ବସ୍ତା ମଧ୍ୟରେ ଭର୍ତି କରି ନେଉଥିବା ବେଳେ ଶିକାରୀକୁ ଧରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ତେବେ ତଦନ୍ତ ପରେ ବନ୍ୟପ୍ରାଣୀ ବିଭାଗର DFO କହିଛନ୍ତି ଯେ ସମସ୍ତ ବିଦେଶୀ ପକ୍ଷୀଙ୍କୁ ବିଷ ପ୍ରୟୋଗ କରି ମରା ଯାଇଛି। ତେଣୁ ଏ ନେଇ ଶିକାରୀକୁ ବନ ବିଭାଗ ପଚରାଉଚରା କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।