ନାଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର। ସଫେଇ କର୍ମଚାରୀମାନେ ନାଳ ସଫା କରୁଥିବା ସମୟରେ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ଦେହ ଠାବ ହୋଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର ହୋଇଛି। ପାରଳାଖେମୁଣ୍ଡି ସହରର ମାର୍କେଟ ରାସ୍ତାରେ ସୁନା ଦୋକାନ ପାଖରେ ଥିବା ଏକ ନାଳରେ ନବଜାତ ଶିଶୁର ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି। ସଫେଇ କର୍ମଚାରୀମାନେ ନାଳ ସଫା କରୁଥିବା ସମୟରେ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ଦେହ ଠାବ କରିଥିଲେ। ତେବେ ନବଜାତ ଶିଶୁଟି କନ୍ୟା ନା ଶିଶୁ ପୁତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି ।
ଅଧିକ ପଢନ୍ତୁ ; ବେଆଇନ କଫ ସିରପ ବେପାରୀ ଗିରଫ