ନୂଆପଡା ପଡା ଟ୍ରେନ ଲାଇନର ତୁରେକେଲା ଷ୍ଟେସନ ନିକଟ ରେଳଧାରଣାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ତେବେ ମୃତ ଦମ୍ପତି ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅଞ୍ଚଳର ଜଲପାଙ୍କେଲ ଗାଁର ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତେଣୁ ଏ ନେଇ ତଦନ୍ତ ଜାରି ରଖିଛି ପୋଲିସ।
ସୂଚନା ଅନୁସାରେ, ଆଜି ସକାଳେ ତୁରେକେଲା ଷ୍ଟେସନ ନିକଟ ରେଳଧାରଣା ଦେଇ କିଛି ଲୋକ ଯାଉଥିଲେ। ସେଠାରେ ସେମାନେ ଦୁଇଟି ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ସେଠାରେ ଉପସ୍ଥିତ ଲୋକଙ୍କୁ ପଚରାଉଚରା କରିବା ପରେ ଜଣା ପଡିଥିଲା ଯେ ମୃତଦେହ ଗୁଡିକ ହେଲା ସ୍ୱାମୀ ଓ ସ୍ତ୍ରୀଙ୍କର। ଆଉ ସେମାନେ ହେଲେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅଞ୍ଚଳର ଜଲପାଙ୍କେଲ ଗାଁର। ତେଣୁ ପୋଲିସ ତାଙ୍କ ଗାଁ ନିକଟରେ ପହଞ୍ଚି କେଉଁ କାରଣରୁ ଏହି ଅଘଟଣ ଘଟିଛି ସେ ନେଇ ପଚରାଉଚରା କରୁଛି। ସମସ୍ତ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବ ବୋଲି ପୋଲିସ କହିଛି।