ଭୁଶୁଡ଼ିଗଲା ଭାର୍ଗବୀ ନଦୀର ବନ୍ଧ । ସୂଚନା ଅନୁସାରେ , ପୁରୀ ଜିଲ୍ଲା ନିକଟସ୍ଥ ପିପିଲି ବ୍ଲକର ବାଲିଗାଁ ନଦୀବନ୍ଧରେ ଏକ ଫାଟ ସୃଷ୍ଟି ହେଇଛି । ଫାଟଟି ପ୍ରାୟେ ୪ଶହ ମିଟର ଲମ୍ବ ବୋଲି ଜଣାପଡିଛି ।
ନିମ୍ନମାନର କାମଯୋଗୁଁ ଏଭଳି ଫାଟ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଉଛି । ଗତ ଡିସେମ୍ବରରେ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ନଦୀବନ୍ଧରେ ପଥର ପାକିଂ କରିଥିଲେ । କିନ୍ତୁ ଠିକାଦାର ନଦୀ ପଠାରୁ ଜେସିବିରେ ମାଟି ତାଡ଼ି ଅତି ନିମ୍ନମାନର କାମ କରିଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି । ଯଦି ନଦୀବନ୍ଧ ଭାଙ୍ଗେ ତେବେ ପିପିଲି ବ୍ଲକର ୩ଟି ପଞ୍ଚାୟତ ଏବଂ ସତ୍ୟବାଦୀ ବ୍ଲକର କିଛି ଅଞ୍ଚଳ ଜଳମଗ୍ନ ହେଇଯିବ । ଏମିତି ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାର ଓ ଯନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଆଗକୁ ପଢନ୍ତୁ :- ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ୧୪ଟି ଗେଟ୍ ଖୋଲାଯାଇଛି