ଡିସେମ୍ବର ୪ରୁ ୬ ତାରିଖ ଭିତରେ ବାତ୍ୟା ଆସୁଛି । ୧୧୮ରୁ ୧୬୨ କିଲୋମିଟର ଯାଏ ପବନ ବହିବା ସହ ବାତ୍ୟା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ମାଡ଼ ହେବା ଆଶଙ୍କା ରହିଛି ବୋଲି ବିଭିନ୍ନ ପାଣି ପାଗ ମଡେଲ୍ ପୂର୍ବାନୁମାନ କରିଛି । ଜିଏଫଏସ୍ ମଡେଲ୍ କହୁଛି- ସମ୍ଭାବ୍ୟ ବାତ୍ୟା ଭାରତ ଉପକୂଳରୁ ବହୁତ ଦୂରରେ ପଳାଇବ । ସମ୍ଭାବ୍ୟ ବାତ୍ୟା ମିଆଁମାର କିମ୍ବା ବାଂଲାଦେଶ ଉପକୂଳରେ ମାଡ଼ ହୋଇପାରେ ହେଲେ କୌଣସି ଆକଳନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଆକଳନ ନୁହେଁ ଏସବୁ କେବଳ ପ୍ରାକ୍ଆକଳନ । ଏବେ ନିର୍ଦ୍ଦିଷ୍ଟ ଭାବେ କିଛିକୁ ହାଯାଇପାରିବନି । ଆଗକୁ ଏହାର ତୀବ୍ରତା, ଗତି ପଥ ବଦଳିପାରେ। ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡିର ପୂର୍ବାନୁମାନ ହେଲା, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵ ବର୍ତ୍ତୀ ମାଲାକ୍କା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଛି। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିଆସନ୍ତା ୨୯ ତାରିଖବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ରୂପନେବା ସମ୍ଭାବନା ଅଛି । ଏହା ଆହୁରି ବଳ ଗୋଟାଇ ଡିସେମ୍ବର ୧ ତାରିଖବେଳକୁ ବାତ୍ୟାରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଏ ନେଇ ଆଇଏମଡି ଅଧିକ ଚିତ୍ର ସ୍ପଷ୍ଟ କରିବ । ଆଇଏମଡି ବୈ ଜ୍ଞାନିକଙ୍କ କହିବାନୁସାରେ ବର୍ତ୍ତମାନ ମେଘ ଖଣ୍ଡ ଏକାଠି ହୋଇନାହାନ୍ତି। ତେଣୁ ଏବେଠାରୁ ଠିକଣା ପୂର୍ବାନୁମାନ ସମ୍ଭବପର ନୁହେଁ। ଅବପାତ ହେବା ପରେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ।
ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି,ମଙ୍ଗଳବାର ଦକ୍ଷିଣ ଓଡ଼ିଶାର କେତେକ ଜାଗା ଓ ଉତ୍ତରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ରାଜ୍ୟରେ ଏବେ ଦୁଇଦିନ ହେବ ହାଲ୍କା ଶୀତ ବଢ଼ିଛି । ୪ ଦିନ ଯାଏଁ ତାପମାତ୍ରା ବିଶେଷ ପରିବର୍ତନ ହେବନାହିଁ ।