ଓଡ଼ିଶା ଗସ୍ତରେ ଅଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଥିଲା । ପ୍ରଥମେ ରାଷ୍ଟ୍ରପତି ପାହାଡପୁରରେ ମୁର୍ମୁ ଛକରେ ସ୍ୱାମୀ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ସ୍ୱାମୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରିବା ସମୟରେ ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି । ଏହାପରେ ସେଠାରୁ ପାହାଡପୁରରେ ନିଜେ ଗଢିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟକୁ ମହାମହିମ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଭେଟି ସେମାନଙ୍କ ସହ ଭାବ ବିନିମୟ କରିଥିଲେ ।
ଏହାପରେ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ତିନିଟି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି ମହାମହିମ । ବାଦାମପାହାଡ଼ ଟାଟା ନଗର ମେମୁ ଟ୍ରେନ, ବାଦାମପାହାଡ଼ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ, ବାଦାମପାହାଡ଼ ସାଲିମାର ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଆରମ୍ଭ କଲେ ରାଷ୍ଟ୍ରପତି । । ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅମ୍ରିତ ଷ୍ଟେସନ୍ ଯୋଜନାରେ ବାଦାମପାହାଡ ରେଳ ଷ୍ଟେସନର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ଏହାପରେ ଭର୍ଚୁଆଲ ଜରିଆରେ ରାଇରଙ୍ଗପୁର ନୂଆ ପୋଷ୍ଟାଲ ଡିଭିଜନର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଉପସ୍ଥିତିରେ ଶ୍ୱର ଅନ୍ୟତମ ଜନନେତ୍ରୀଙ୍କ ଗ୍ରାମରୁ ରେଳ ଚଳାଚଳ ସହ ଉତ୍ତମ ସଂଯୋଗ ଓ ଭିତ୍ତିଭୂମି ସ୍ଥାପନ ହୋଇଛି ।
ରାଷ୍ଟ୍ରପତି ନିଜ ଉଦବୋଧନରେ କହିଛନ୍ତି ଏଇଠି ମୋ ଜନ୍ମ,ଏଇଠି ମୋ ଶାଶୂଘରଏଇଠି ମୋ ପିଲାଦିନ,କିଶୋର କଟିଛି | ଏହି ମାଟିର ଉନ୍ନତି କିବା ପାଇଁ ଦେଶବାସୀ ମତେ ଦାୟିତ୍ୱ ଦେଇଛନ୍ତି । ମୁଁ ଦିଲ୍ଲୀରେ ରହିଲେ ବି ସବୁବେଳେ ଗାଁକୁ ମନେ ପକାଏ ଝୁରି ହୁଏ । ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରପତିଙ୍କୁ ଦେଖିବାକୁ ତାଙ୍କ ସହ ମିଶିବାକୁ ପହଞ୍ଚିଥିଲେ । ଏହାପରେ କିଛି ଛାତ୍ରଛାତ୍ରୀ ଟ୍ରେନରେ ରାଷ୍ଟ୍ରପତିଙ୍କ ସହ ଯାତ୍ରା କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏହାପରେ ଅପରାହ୍ଣରେ ସମ୍ବଲପୁର ଯାଇ ବୁର୍ଲା ଭିସୁଟ୍ ସମାବର୍ତ୍ତନ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଆଜିର ଶେଷ କାର୍ଯ୍ୟକ୍ରମ ଭାବେ ସମଲେଶ୍ୱରୀ ମନ୍ଦିରକୁ ଯାଇ ମାଆଙ୍କର ଦର୍ଶନ ଓ ଆଳତୀ କରିବେ ମହାମହିମ । ଗତକାଲି ୩ଦିନିଆ ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜନ୍ମମାଟି ମୟୁରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବାରିପଦାରେ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେଇ ଅଭିଭାଷଣ ରଖିବା ସହ ଦେଶବ୍ୟାପି ଥିବା ସାନ୍ତାଳି ଭାଷାର ବିକାଶ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।