ଜଗତସିଂହପୁର : ଶାବଳ ଧରି ଦୁର୍ନୀତି ଖୋଳିଲେ ବିଧାୟକ । ପୂର୍ବ ସରକାର ବେଳେ ହୋଇଥିବା ନିମ୍ନମାନର କାମର ଖୋଳତାଡ଼ କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ନୂଆପୋଲ ଠାରୁ ଗଉଡିଣି ପଡିଆ ପର୍ଯ୍ୟନ୍ତ ୧୧ କିମି ରାସ୍ତା କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଥିଲା।
ରବିବାର ସକାଳୁ ସକାଳୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କୁ ଧରି ବିଧାୟକ ରାସ୍ତା ଉପରେ ଶାବଳ ଧରି ପହଞ୍ଚିଥିଲେ। ପୂର୍ବ ବିଜେଡି ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ମଞ୍ଜୁର କରାଯାଇ ରାସ୍ତା କାମ ହୋଇଥିଲେ ସୁଦ୍ଧା ରାସ୍ତା ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ ହୋଇଥିଲା। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଧାୟକ । ଏହି ନିମ୍ନ ମାନର କାମ ତଦାରଖ ସହିତ ନୂଆ ଟେଣ୍ଡର କରାଯିବା ସହିତ ବିଭାଗୀୟ ଅଧିକାରୀ ସଂପୂର୍ଣ୍ଣ ଭାବରେ ଭଲ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାସ୍ତାକୁ ଭଲ କାମ କରିବା ପାଇଁ ୫କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ମୂଲ୍ୟ କରାଯାଇଛି ।
ଅଧିକ ପଢନ୍ତୁ :- ଚାଷ ଜମିରେ ଚାଷୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ