ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ଦିନକୁ ଦିନ ବଢୁଛି ତାପମାତ୍ରା। ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ଆଗାମୀ ଦିନ ମଧ୍ୟରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ସମ୍ଭାବନା । ଆଜି ଦିନ ୧୦ଟା ସୁଦ୍ଧା ୬ଟି ସହରର ତାପମାତ୍ରା ୩୮ ଡିଗ୍ରୀ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମାଲକାନଗିରି, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ,ଭବାନୀପାଟଣା ଓ ନୟାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲ୍ସିୟସ ଛୁଇଁଛି।
ସେହିପରି ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, , ନବରଙ୍ଗପୁର, ରାୟଗଡ଼ର, ଭୁବନେଶ୍ୱର, ଚାନ୍ଦବାଲି, ଭଦ୍ରକ, ବାରିପଦା, ଢେଙ୍କାନାଳ ଓ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ରହିଛି । ଆସନ୍ତାକାଲି ଖରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତାକାଲି ୪୦ ଡିଗ୍ରୀ ଛୁଇଁପାରେ। ନୟାଗଡ଼, ଭବାନୀପାଟଣା ଓ ବଲାଙ୍ଗିର ଆଦି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ରହିପାରେ।