ଆଜି ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ ସକାଳ ସାଢ଼େ ୭ଟାରୁ ପରୀକ୍ଷା ହଲକୁ ପ୍ରବେଶ କରୁଛନ୍ତି ପରୀକ୍ଷାର୍ଥୀ। ତେବେ ପରୀକ୍ଷା ହଲରେ କପି ରୋକିବା ପାଇଁ ମଧ୍ୟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ପୂର୍ବ ପରୀକ୍ଷାରେ ତ୍ରୁଟି ଭଳି ବିଜ୍ଞାନ ପରୀକ୍ଷାରେ ତ୍ରୁଟିହେବା ନାହିଁ ବୋଲି ସଜାଗ ରହିଛି ବୋର୍ଡ। ତେଣୁ ସବୁ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ମଧ୍ୟ କରାଯାଇଛି। ଏହାସହିତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଏଆଇ ଦ୍ୱାରା ପରୀକ୍ଷାକୁ ନିୟନ୍ତ୍ରଣ କରାଯାଉଛି।
ସୂଚନା ଅନୁସାରେ , ଆଜି ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ପଞ୍ଚମ ପରୀକ୍ଷା। ଆଜି ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ତେବେ ପରୀକ୍ଷାରେ କପି ରୋକିବା ପାଇଁ ମଧ୍ୟ ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ପୂର୍ବ ପରୀକ୍ଷାରେ ତ୍ରୁଟି ଭଳି ବିଜ୍ଞାନ ପରୀକ୍ଷାରେ ତ୍ରୁଟିହେବା ନାହିଁ ବୋଲି ସଜାଗ ରହିଛି ବୋର୍ଡ। ପୂର୍ବ ପରୀକ୍ଷା ମାନଙ୍କରେ ଛାତ୍ରଛାତ୍ରୀମାନେ କପି କରୁଥିବାର ଏଆଇ କ୍ୟାମେରାରେ କଏଦ ହୋଇଥିଲା। ଏହାସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପରୀକ୍ଷାରେ ଦାୟିତ୍ୱ ହୀନତା ପାଇଁ ମଧ୍ୟ ବୋର୍ଡ ପକ୍ଷରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ତେଣୁ କପି ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଏଆଇ ଦ୍ୱାରା ପରୀକ୍ଷାକୁ ନିୟନ୍ତ୍ରଣ କରାଯାଉଛି। ଏପରିକି ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା ମଧ୍ୟ କରିଛି ବୋର୍ଡ।