SCBରେ କାମ କରୁଥିବା ସମସ୍ତ ଡ଼ାକ୍ତରଙ୍କ ପାଇଁ ହେଲା କଡ଼ା ନିୟମ । ନିୟମ ଉଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । କାମରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହି ନିମୟର ସଠିକ ପରିଚାଳନା ପାଇଁ ୯ ଜଣ ଅଭିଜ୍ଞ ଡ଼ାକ୍ତରଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ପ୍ରତିଦିନ ଏହି ଟିମ SCB ମେଡିକାଲର ସମସ୍ତ ୱାର୍ଡ, ଓପିଡି, ଆଇସିୟୁରେ ଡାକ୍ତରଙ୍କ ଉପସ୍ଥାନ ସହିତ କାର୍ଯ୍ୟ ଉପରେ ନଜର ରଖିବେ । SCB ରେ ଡ଼ାକ୍ତରଙ୍କ ଅନୁପସ୍ଥିତି ଓ କାର୍ଯ୍ୟରେ ଅବହେଳା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।