ଅଲାରନାଥରେ ୧୪୪ ଧାରା: ସୀମିତ ସେବାୟତରେ ନୀତିକାନ୍ତି, ଶ୍ରଦ୍ଧାଳୁଙ୍କୁ ଅଣସର ଦର୍ଶନ ମନା
Khabar Odisha:State-PuriSection-144-imposed-in-Alarnath-of-Berhamagiri-no-devotees-entry

ଭୁବନେଶ୍ୱର, ଜୁନ ୦୬ (ଖବର ଓଡ଼ିଶା): ଶ୍ରୀମନ୍ଦିରରେ ଗତକାଲି ଶ୍ରୀଜିଉମାନଙ୍କର ପବିତ୍ର ଦେବସ୍ନାନ ଯାତ୍ରା ସଂପନ୍ନ ହୋଇଯାଇଛି । ସ୍ନାନଯାତ୍ରା ପରେ ମହାପ୍ରଭୁ ଅଲାରନାଥରେ ଅଣସରରେ ଅଛନ୍ତି । ପୁରୀ ଜିଲ୍ଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଏବେ ଠାକୁର ପୂଜା ପାଇବେ । କିନ୍ତୁ ଏଥର ଠାକୁରଙ୍କ ଏହି ଅଣସର ଦର୍ଶନ କରିପାରିବେ ନାହିଁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ । କରୋନା ଭାଇରସ ପାଇଁ ଜିଲ୍ଲା ପ୍ରଶାସନ ଏଭଳି କଟକଣା ଲାଗୁ କରିଛନ୍ତି । ଅଲାରନାଥ ମନ୍ଦିର ଚାରିପଟକୁ ସିଲ କରିଦେଇଥିବା ବେଳେ ଏଠାରେ ଗତକାଲି ମଧ୍ୟ ରାତ୍ରୀଠାରୁ ୧୪୪ ଧାରା ଲାଗୁ ହୋଇଯାଇଛି । 

ବ୍ରହ୍ମଗିରି ତହସିଲଦାର ତଥା ଅଲାରନାଥ ମନ୍ଦିର ଅନ୍ତରୀଣ ଟ୍ରଷ୍ଟିର ଅଧ୍ୟକ୍ଷ କିଶୋର କୁମାର ପଣ୍ଡା କହିଛନ୍ତି, ମହାପ୍ରଭୁଙ୍କ ସେବା ପାଇଁ ଚୟନୀତ ହୋଇଥିବା ୧୧ ଜଣ ସେବାୟତଙ୍କୁ କେବଳ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ସେ କହିଛନ୍ତି ମନ୍ଦିରର ସିଂହ ଦ୍ୱାର, ଆନନ୍ଦ ବଜାର, ଲକ୍ଷ୍ମୀ ମନ୍ଦିର ରାସ୍ତା ଓ ଚନ୍ଦନ ଚକଡ଼ାକୁ ସିଲ କରାଯାଇଛି । ଆସନ୍ତା ୨୦ ତାରିଖ ଯାଏଁ ମନ୍ଦିର ଭିତରେ ଓ ବାହାରେ ଏହା ଜାରି ରହିବ । ସେହିଭଳି ଆସନ୍ତା ୩୦ ତାରିଖ ଯାଏଁ କୌଣସି ଭକ୍ତ ବା ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏପରିକି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଛି । 

 

  • Tags:

Subscribe

National International State Sports Entertainment