ବାରିପଦା : ଟଙ୍କା ନ ଦେବାରୁ ବାପାକୁ ଠେଙ୍ଗାରେ ପିଟି ପିଟି ଜୀବନ ନେଲା ପୁଅ। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଏଭଳି ଏକ ଅମାନୁଷିକ ଘଟଣା ଘଟିଛି। ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀକୁ ପୋଲିସ ଗିରଫ ।
ସୂଚନା ଅନୁଯାୟୀ ବାପା ଆଣିଥିବା କିଛି ଟଙ୍କା ସାର କିଣିବା ପାଇଁ ତାଙ୍କ ପୁଅ ସୁମନ୍ତ ଦେହୁରୀ ମାଗିଥିଲା। କିନ୍ତୁ ବାପା ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶନିବାର ରାତିରେ ଏହି କଥାକୁ ନେଇ ଉତକ୍ଷିପ୍ତ ହୋଇ ପୁଅ ସୁମନ୍ତ ଏକ ଠେଙ୍ଗାରେ ବାପାଙ୍କୁ ନିର୍ମମ ଭାବେ ପିଟିଥିଲା। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।