ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ୍ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ମୁଣ୍ଡିପଦର୍ ଠାରେ ଏକ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୭୬ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏନୋର୍ଜି କ୍ଲବର ଭାରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ l ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦ୍ରା କୁଜୁର ଯୋଗ ଦେଇଥିଲେ l ବୌଦ୍ଧ ଜିଲ୍ଲା ଯୋଜନା ସଂଯୋଜକ ଶ୍ରୀଯୁକ୍ତ ଦେବାଶିଷ , ଆନନ୍ଦ କୁମାର ବେହେରା ଜିଲ୍ଲା କ୍ରୀଡା ନିରୀକ୍ଷ ଙ୍କ ସହ ଶ୍ରୀଯୁକ୍ତ ପ୍ରଭାତ ଦାଶ ରାଜ୍ୟ ସ୍ତରୀୟ ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇଥିଲେ l ଶ୍ରୀଯୁକ୍ତ ଦାସ୍ ତାଲିମ ଶିବିରର ବିଭିନ୍ନ ଶକ୍ତିର ବ୍ୟବହାର ଓ ଏହାର ସଂରକ୍ଷଣ ବାବଦରେ ପୁଙ୍ଖlନୁପୁଙ୍ଖ ଆଲୋଚନା କରିଥିଲେ l
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ଉଚ୍ଚ ବିଦ୍ୟାଳୟ ଗୁଡିକରେ କିଭଳି ଭାବରେ ଶକ୍ତିର ସଞ୍ଚୟ ତଥା ସଦୁପଯୋଗ ହୋଇ ପାରିବ ତାହା ଉପରେ ବିଶେଷ ଆଲୋଚନା ହୋଇଥିଲା। ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ରାଧେଶ୍ୟାମ ମେହେର ସହ ପରିଚାଳକ ଭାବରେ କାର୍ଯ୍ୟଭାର ସମ୍ପାଦନ କରିଥିଲେ। ବୈଷୟିକ ଶିକ୍ଷକ ଶ୍ରୀ ରବି ନାରାୟଣ ପଣ୍ଡା ଏବଂ ଶ୍ରୀ ସୁଜ୍ଞାନ ପଟ୍ଟନାୟକ ଶକ୍ତି ସଞ୍ଚୟ ଉପରେ ଏକ ମଡେଲ ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନର ସହକାରୀ ଶିକ୍ଷକ ଶ୍ରୀ ସୁଜିତ୍ କୁମାର ପ୍ରଧାନ, ଶ୍ରୀ ଅଜତ୍ନ ଲୁହା, ଶ୍ରୀ ପୀତବାସ ସେଠି, ପିଇଟି ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ବଢ଼େଇ ତଥା ଅନ୍ୟ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସଂପାଦନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ପରିଶେଷରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l