ବୌଦ୍ଧ ସହର ତଥା ଓଡ଼ିଶାର ଗର୍ବ ଓ ଗୌରବ ପାଲଟିଛନ୍ତି ସିଦ୍ଧାର୍ଥ ମହାପାତ୍ର । ବୌଦ୍ଧ ଜିଲ୍ଲା ରାମେଶ୍ବର ବିହାରର ବାସିନ୍ଦା ହେଉଛନ୍ତି ସିଦ୍ଧାର୍ଥ ମହାପାତ୍ର । ତାଙ୍କ ପିତା ଜଣେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରlପ୍ତ ଅଧ୍ୟକ୍ଷ । ମାତା ମଧ୍ୟ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟାପିକା ।
ସିଦ୍ଧାର୍ଥଙ୍କ ଶିକ୍ଷା ଆରମ୍ଭ ହୁଏ କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧରୁ l ସେଠାରୁ ମାଟ୍ରିକ ପାସ ପରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡ଼ିଏଭି କଲେଜରୁ ଯୁକ୍ତ ଦୁଇଶିକ୍ଷା ସମାପନ କରି ସୁଦୂର ୟୁକ୍ରେନ୍ ର ରାଜଧାନୀ କିଭ ମେଡିକାଲ କଲେଜ ୟୁନିଭେର୍ସିଟିରେ ନାମ ଲେଖାଇଥିଲେ ୨୦୧୮ ମସିହାରେ l ଏହାପରେ ୨୦୧୯ କୋଭିଡ ମହାମାରୀ ଯେତେବେଳେ ସାରା ବିଶ୍ୱକୁ ଆତଙ୍କିତ କରି ଲକ୍ଷାଧିକ ବ୍ୟକ୍ତିଙ୍କ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିଲା ସେତେବେଳେ ସିଦ୍ଧାର୍ଥ ଧୌର୍ଯର ସହିତ ନିଜର ଡାକ୍ତରୀ ଶିକ୍ଷା ଜାରି ରଖିଥିଲେ l ଏତିକିରେ ଶେଷ ହୋଇନଥିଲା ସିଦ୍ଧାର୍ଥଙ୍କ ସଂଘର୍ଷ ୨୦୨୨ ରୁ ଆରମ୍ଭ ହୋଇ ଅଦ୍ୟାବଧି ଚାଲିଥିବା ଋଷ - ୟୁକ୍ରେନ ଯୁଦ୍ଧର ବିଭୀଷିକା।
ସେହି ଭୟଙ୍କର ପରିସ୍ଥିତି ମଧ୍ୟରେ ଅନେକ ଦିନ ବିତାଇ ଭାରତ ସରକାରଙ୍କ ଦ୍ବାରା ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ପୁଣି ୟୁକ୍ରେନ ଯାଇ ପ୍ରତ୍ୟକ୍ଷ ଭାବେ କ୍ଲାସ୍ ଓ ପ୍ରାକଟିକାଲ କରି ବୋମା, ମିଶାଇଲ ମାଡ଼ ମଧ୍ୟରେ ମୃତ୍ୟୁକୁ ସାମ୍ନା କରି ୨୦୨୪ ଫେବୃଆରୀ ମାସରେ ୟୁକ୍ରେନ ଟପ୍ପର ହୋଇ ଉପାଧି ଓ ମାନପତ୍ର ସହ ମାତୃଭୂମି ଭାରତକୁ ସୁରକ୍ଷିତ ଭାବରେ ଫେରି ଆସିଥିଲେ । ଗତ ଜୁଲାଇ ମାସ ୬ ତାରିଖରେ, ନାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଦ୍ବାରା ଆୟୋଜିତ ଫରେନ ମେଡିକାଲ ଗ୍ରାଜୁଏଟ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୪୩ ନମ୍ୱର୍ ସହିତ ଦ୍ଵିତୀୟ ସ୍ଥାନ ଅଧିକାର କରି ନିଜର ପିତାମାତା, ଜନ୍ମ ମାଟି ବୌଦ୍ଧ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ପାଲଟି ଯାଇଛନ୍ତି । ନିଜର ନିଷ୍ଠା ଓ ଆଗ୍ରହ ପାଇଁ ସେ ସଫଳତାର ଶୀର୍ଷରେ ପହଂଚି ପାରିଛନ୍ତି ।