ପୁରୀ , ଜୁଲାଇ 2(ଖବର ଓଡିଶା):
ପୁଣି ଭାଙ୍ଗିଲା ମହାପ୍ରଭୁଙ୍କ ରୋଷଘର ଚୁଲି । ପୁରୀ ଗୁଣ୍ଡିଚା ମନ୍ଦିରର ରୋଷଘର ଚୁଲି ଭାଙ୍ଗିଯାଇଥିବା ସୁଚନା ମିଳିଛି । ୨୦ରୁ ଉର୍ଦ୍ଧ୍ୱ ଚୁଲି ଭାଙ୍ଗିଥିବା ବେଳେ କେହି ଦୁର୍ବୃତ୍ତ ଏପରି କାର୍ଯ୍ୟ କରିଥିବା ଅନୁମାନ କରାଯାଉଛି ।
ଗତକାଲି ରାତିରେ କେହି ରୋଷ ଘରେ ପଶି ଏପରି କାର୍ଯ୍ୟ କରିଥିବା ଅନୁମାନ କରାଯାଉଛି । ଆଡ଼ପ ଅବଢା ରନ୍ଧା ପାଇଁ ଗଢା ହୋଇଥିଲା ଚୁଲା । ଗତକାଲି ରଥଯାତ୍ରା ଥିବା ବେଳେ ଏତେ କଡ଼ା ସୁରକ୍ଷା ମଧ୍ୟରେ କିପରି ଚୁଲି ଭଙ୍ଗା ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
ସୁଚନା ଅନୁସାରେ ପୁର୍ବରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିଲା ।