ରତନପୁର ଗାଁରେ ବନ ବିଭାଗ ଚଢ଼ାଉ କରି ୩ ଗୋଟି ଶାଗୁଆନ ଗଣ୍ଡି ସହିତ ଦୁଇ ଜଣ କରତିଆଙ୍କୁ ଗିରଫ କରିଛି। ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପୁରୁଣାକଟକ ରେଞ୍ଜ ବନବିଭାଗକୁ ମିଳିଛି ଏକ ବଡ ସଫଳତା ।
ସୂଚନା ଅନୁଯାଇ, କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୁରୁଣା କଟକ ରେଞ୍ଜ ଅଧିନସ୍ଥ ରତନପୁର ଗାଁରେ ଶାଗୁଆନ ଗଣ୍ଡି କଟା ଚାଲିଥିବା ନେଇ ବନ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ କରି ୩ ଖଣ୍ଡ ଶାଗୁଆନ ଗଣ୍ଡି ସହିତ ବ୍ୟବହୃତ ଗୋଟିଏ ହାତ କରତ ଜବତ କରିବା ସହ ଏହି ଘଟଣାରେ ପୁରୁଣା କଟକ ଗାଁର କରୁଣା କହଁର ଓ କାର୍ତିକ କହଁର ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଚଢ଼ାଉରେ ଏସିଏଫ, ଅତରିକ୍ତ ତହସିଲଦାର, ପୁରୁଣାକଟକ ରେଞ୍ଜ ଅଫିସର ସମେତ ସ୍କ୍ୱାର୍ଡ ଟିମ ଓ ପୁରୁଣାକଟକ ପୋଲିସ ପ୍ରମୂଖ ସାମିଲ ଥିଲେ।
ଅଧିକା ପଢନ୍ତୁ: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୨ ମୃତ, ୨ ଆହତ