ଭୁବନେଶ୍ୱର: ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟ ପ୍ରବଳ ଶୀତ ଜାରି ରହିବ । ଶୀତରେ ଥରିବ ଓଡ଼ିଶା । ରାଜ୍ୟର ରାତି ତାପମାତ୍ରା ଲଗାତାର ତଳମୁହାଁ ରେକ୍ରର୍ଡ ହୋଇଛି । ଗତକାଲି ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଘୁ. ଉଦୟଗିରିର ପାରଦ ସ୍ତର ୩.୧ ଡିଗ୍ରୀକୁ ଖସିଛି । ସେହିଭଳି ଶିମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ରାତି ପାରଦ ହାଲୁକା ବଢ଼ିଥିବା ବେଳେ ଗତକାଲି ରାତିରେ ୧୨.୬ ଡିଗ୍ରୀ ରେକର୍ଡ ହୋଇଛି ।
ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରୀ ରହିବାର ପୂର୍ବାନୁମାନ କରାଯାଇଛି । ଆଜି ୩ ଜିଲ୍ଲା ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡିରେ ଶୀତଲହରୀ ନେଇ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୪ ତାରିଖ ଯାଏ ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର କୁହୁଡି ପଡିବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
ଅଧିକ ପଢନ୍ତୁ: ଫୁଲବାଣୀ ଓ ଦାରିଂବାଡ଼ିରେ ତୁଷାରପାତ