ଫୁଲବାଣୀ: ରାଜ୍ୟରେ ହାଡ଼ ଭଙ୍ଗା ଶୀତ ଆରମ୍ଭ ହୋଇଛି । ଦିନକୁ ଦିନ ପାରଦ ଖସୁଛି ଶୀତର ପ୍ରକୋପ ବଢୁଛି। ଫୁଲବାଣୀର ସାର୍ଭାଗୁଡା ଗାଁରେ ପ୍ରଥମ ତୁଷାରପାତ ଦେଖୁବାକୁ ମିଳିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଖରା ଆସିଲେ ମଧ୍ୟ ଦିନ ତମାମ ଶୀତ ଲହରୀ ଜାରି ରହୁଛି। ଚଳିତବର୍ଷ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡ଼ିରେ ୬.୫ ଏବଂ ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ୩.୧ ଡିଗ୍ରୀ ତାପମାତ୍ରା ରହିଛି। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଜାଡରେ ଥରୁଛି।
ଫୁଲବାଣୀରେ ପାରଦ ହଠାତ ୫ଡିଗ୍ରୀ ସେଲସିୟସକୁ ଖସି ଆସିଛି । ଫଳରେ ଥଣ୍ଡାର ପ୍ରକୋପ ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଫଳଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ରାସ୍ତାଘାଟ ଜନଶୂନ୍ୟ ହୋଇ ପଡ଼ୁଛି। ତା ସାଙ୍ଗକୁ ଦୋକାନବଜାରବି ଖାଁ ଖାଁ ଲାଗୁଛି। ତେବେ ଓଡ଼ିଶାର କାଶ୍ମୀର ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଘୁ.ଉଦୟଗିରି ରେ ୩.୧ ଡିଗ୍ରୀ ରେକର୍ଡ କରାଯାଇଛି ।
ଆଗକୁ ଥଣ୍ଡା ବଢିଲେ ମାନ୍ଦା ପଡିଥିବା ଗରମ ପୋଷାକ ବେପାର ପୁଣି ଭଲ ଚାଲିବ ବୋଲି ଆଶା ରଖିଛନ୍ତି ଗରମ ପୋଷାକ ବ୍ୟବସାୟୀ। ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ବାଲିଗୁଡ଼ା, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୫ ରୁ ୭ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ତେବେ ଏବେ ପର୍ଯ୍ୟଟନ ଋତୁ ହୋଇଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରୁଥିବା ପର୍ଯ୍ୟଟକଙ୍କ ଭିଡ଼ ବଢୁଛି ।