ଭୁବନେଶ୍ବର: ପୁଣି କମ୍ପିବ ବିଧାନସଭା। ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଏପ୍ରିଲ ୮ ତାରିଖ ଯାଏ ଚାଲିବ ବିଧାନସଭା। ମୁହାମୁହିଁ ହେବେ ଶାସକ- ବିରୋଧୀ । ଉଠିପାରେ ମଣ୍ଡି, ଚାଷୀ ଓ ଆଇନଶୃଙ୍ଖଳା ପ୍ରସଙ୍ଗ। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ବିଜେଡି ସୁପ୍ରିମୋ କ୍ଷୋଭ ପ୍ରକାଶ କରିଥିବା ବେଳେ ଗୃହରେ ଏହାକୁ ଉଠାଇପାରେ ଦଳ। ରାଜ୍ୟସଭା ନିର୍ବାଚନରେ କମନ କ୍ୟାଣ୍ଡିଡେଟ ପ୍ରସଙ୍ଗରେ ହୋଇପାରେ ସରଗରମ ଆଲୋଚନା। ତେବେ ବିଧାନସଭାରେ ଉଭୟ ଦଳ ଉଭୟଙ୍କ ପ୍ରସଙ୍ଗରେ ଲଢ଼ିବେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ବିଜେଡି ନିଜ ପ୍ରସଙ୍ଗ ଓ କଂଗ୍ରେସ ତା ନି ପ୍ରସଙ୍ଗରେ ଲଢ଼ିବ। ସମସ୍ତେ ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି। ସରକାରଙ୍କ ବିରୋଧରେ ଅନେକ ଇସ୍ୟୁ ଅଛି। ବିଜେଡି ମହିଳା, ଚାଷୀ, ଆଇନଶୃଙ୍ଖଳା ପରିସ୍ଥିତି ବେକାରୀ ସମସ୍ୟା ନେଇ ଲଢିବ ବୋଲି କହିଛନ୍ତି ପ୍ରମିଳା। ବିଜେଡି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଛି। ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡ଼ି -କଂଗ୍ରେସ ବିଧାନସଭାରେ ମିଳିତ ଭାବେ ସ୍ବର ଉଠାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।
ସେପଟେ ରାଜ୍ୟସଭା ନିର୍ବାଚନରେ ବିଜେଡି- କଂଗ୍ରେସ ଏକାଠି ନେଇ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସ -ବିଜେଡି ଭୟଭୀତ । ତାଙ୍କ ବିଧାୟକ କୁଆଡେ ପଳାଇବା ଭୟ ଘାରିଛି । ଆମେ ଖୋଲା ବୁଲୁଛୁ । ଆମର ଭୟ ନାହିଁ ବୋଲି ସେ କହିଛନ୍ତି । କଂଗ୍ରେସ ସହ ମିଶିଲେ ବିଜେଡି ଆଉ କଂଗ୍ରେସ ଉଭୟ ବୁଡ଼ିଯିବେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଚାଷୀ ଝଡରେ ବିଧାନସଭା ଧୋଇ ହୋଇ ଯାଇଥିଲା ।