ଆସନ୍ତାକାଲିଠୁ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ । ରାଜ୍ୟରେ ମୌସୁମୀ ଜଳବାୟୁ ଛୁଇଁବା ପରେ ପାଗର ପରିବର୍ତ୍ତନ ହୋଇଛି । ଅସହ୍ୟ ତାତିରୁ ଲୋକଙ୍କୁ ଆସ୍ୱସ୍ଥି ମିଳିଛି । ରାଜ୍ୟରେ ପାଣିପାଗ ବଦଳିବା କାରଣରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍କୁଲ ସ୍ୱାଭାବିକ ଚାଲିବା ନେଇ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ରାଜ୍ୟରେ ପାଣିପାଗ ବଦଳିଛି,ତେଣୁକରି ସ୍କୁଲ ସ୍ୱାଭାବିକ କୌଣସି ଅସୁବିଧା ହେବ ନାହଁ ।
ରାଜ୍ୟରେ ପ୍ରବଳ ଖରା ଯୋଗୁ ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହୋଇପଡିଥିଲେ ରାଜ୍ୟ ବାସୀ । ଏଥିପାଇଁ ସ୍ୱାଭାବିକ ଭାବେ ଚାଲିପାରୁନଥିଲା ସ୍କୁଲ । ହେଲେ ଏବେ ପାଣିପାଗ ବଦଳିଥିବାରୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସ୍କୁଲ ସ୍ୱାଭାବିକ ହେବ ସହ ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଗଣିତରେ ପ୍ରଶିକ୍ଷଣ ଦିଆଗଲେ ଛାତ୍ରଛାତ୍ରୀଙ୍କ ଭଲ ଜ୍ଞାନ ଆସିବ ବୋଲି କୁହାଯାଇଛି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।