ବଢୁଛି ସୁନା ଦର ଚିନ୍ତାରେ ଗ୍ରାହାକ । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ର ୱେବସାଇଟ୍ ଅନୁଯାୟୀ 10 ଗ୍ରାମ ସୁନା ପିଛା 66,971 ହୋଇଯାଇଛି । ଏହାପୂର୍ବରୁ, ମାର୍ଚ୍ଚ 21 ରେ, ସୁନା 10 ଗ୍ରାମ ପିଛା 66,968 ଟଙ୍କା ଥିଲା । ତେବେ ମାତ୍ର 6 ଦିନରେ ସୁନାର ଦର 137 ଟାଙ୍କାକୁ ବୃଦ୍ଧି ପାଇଛି ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୭,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୧,୭୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୩୧ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୯,୩୬୦ ଟଙ୍କା ରହିଛି ।
ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 4,000 ରୁ ଅଧିକ ସୁନା ମହଙ୍ଗା ହୋଇଛି । ଏହି ମାସ ଅର୍ଥାତ୍ ମାର୍ଚ୍ଚରେ ସୁନାର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି | ମାର୍ଚ୍ଚ 1 ରେ ସୁନା 10 ଗ୍ରାମ ପିଛା 62,592 ଟଙ୍କା ଥିଲା, ଯାହା ମାର୍ଚ୍ଚ 28 ରେ 10 ଗ୍ରାମ ପିଛା 66,971 ଟଙ୍କା ହୋଇଯାଇଛି । ଅର୍ଥାତ୍ ଚଳିତ ମାସରେ ଏହାର ମୂଲ୍ୟ 4,379 ଟଙ୍କା ବୃଦ୍ଧି ପାଇଛି। ଏଥିସହିତ ରୂପା ମଧ୍ୟ 69,977 ରୁ କିଲୋଗ୍ରାମ ପ୍ରତି 74,011 ଟଙ୍କାକୁ ବୃଦ୍ଧି ପାଇଛି।