ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜ୍ୟପାଳ ରଘୁବର ଦାସ । ରାଷ୍ଟ୍ରପତି ସୋସିଆଲ ମିଡ଼ିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ସ୍ୱର୍ଗତ ଦେ ସର୍ବଦା ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ । ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ମୁଁ ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁ ପରିଜନଙ୍କୁ ଗଭୀର ସମବେଦନା ଜଣାଉଛି ।
ସେହିପରି ରାଜ୍ୟପାଳ ରଘୁବର ଦାସ ଲେଖିଛନ୍ତି, ବରିଷ୍ଠ ନେତା ତଥା ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ସମୀର ଦେ ଜୀଙ୍କର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ଅଟେ । ଇଶ୍ୱର ତାଙ୍କର ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ । ଶୋକସନ୍ତପ୍ତ ପରିବାରକୁ ମୁଁ ସମବେଦନା ଜଣାଉଛି । ସାର୍ବଜନୀନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ।