ସାହି ଯାତରେ କମ୍ପିବ ବଡ଼ଦାଣ୍ଡ । ଆସନ୍ତାକାଲି ପବିତ୍ର ରାମନବମୀ ଅବସରରେ ଶ୍ରୀ କ୍ଷେତ୍ରରେ ସାହି ଯାତ ଅନୁଷ୍ଠିତ ହେବ । ସାହି ଯାତ ପ୍ରଭୁ ରାମଙ୍କ ଜନ୍ମକଥା ଉପରେ ବର୍ଣ୍ଣିତ । ପ୍ରଭୁ ରାମଙ୍କ ଜନ୍ମ ଠାରୁ ଆରମ୍ଭ କରି ରାମଙ୍କ ରାଜ୍ୟ ଅଭିଷେକ ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀକୁ ନେଇ ସାହି ଯାତ ଅନୁଷ୍ଠିତ ହୋଇଥାଏ । ସାହି ଯାତ ପାଇଁ ବଡ଼ଦାଣ୍ଡ ଓ ଶ୍ରୀ ମନ୍ଦିର ଚଳଚଞ୍ଚଳ ହୋଇପଡିଛି । ସାହି ଯାତ ପାଇଁ ପୁରୀରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସାହି ଯାତରେ ବିଭିନ୍ନ ପାରମ୍ପରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆସନ୍ତାକାଲି ପବିତ୍ର ରାମନବମୀ ଅବସରରେ ସାହି ଯାତରେ ରାମଜନ୍ମ ନୀତି ଅନୁଷ୍ଠିତ ହେବା ସହିତ ୧୮ରେ ଯଜ୍ଞ ରକ୍ଷା ନୀତି, ୧୯ରେ ପର୍ଶୁରାମ କଳାହରଣ ଓ ସୀତା ବିବାହ, ୨୦ରେ ରାମ ବନବାସ, ୨୨ରେ ସୀତା ହରଣ, ୨୩ରେ ଲଙ୍କା ପୋଡ଼ି, ୨୪ରେ ସେତୁ ବନ୍ଧ ନୀତି ସହ ୨୬ରେ ରାବଣ ବଦ୍ଧ ଓ ମେ ୧ ତାରିଖରେ ରାମାଭିଷେକ ଓ ପତିଆରା ହନୁମାନ ନୀତି ଅନୁଷ୍ଠିତ ହେବ ।
ଆଗକୁ ପଢ଼ନ୍ତୁ : ରୁକୁଣା ରଥଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା