ରୁକୁଣା ରଥଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା । ଆଜି ପବିତ୍ର ଅଶୋକାଷ୍ଟମୀ । ଏହି ଅବସରରେ ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଏକାମ୍ର କ୍ଷେତ୍ର । ରୁକୁଣା ରଥଯାତ୍ରାର ସମସ୍ତ ପ୍ରସ୍ତୁତି ସେଅସ ପର୍ଯ୍ୟାୟରେ ପହଞ୍ଚିଯାଇଛି । ରଥଯାତ୍ରାରେ ଶନ୍ତୁ ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ରଥଯାତ୍ରା ପାଇଁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବ । ରୁକୁଣା ରଥଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ, ଜଳ ସମ୍ପଦ ବିଭାଗ, ବିଏମ୍ସି, ବିଦ୍ୟୁତ୍ ବିଭାଗ ପରି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଦୈନିକ ନୀତି ସମାପନ ପରେ ଅପରାହ୍ନ ୩ଟା ୩୦ରେ ରଥ ଟଣାଯିବ । ଏହି ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ତୁଲାଇବାକୁ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ୨ଜଣ ଅତିରିକ୍ତ ଡିସିପିଙ୍କ କାନ୍ଧରେ ଏହି ସୁରକ୍ଷା ଦାୟିତ୍ୱ ରହିଛି।