ବାପା ନାମରେ କଳଙ୍କ : ସାବତ ଝିଅକୁ ଦୁଷ୍କର୍ମ କରି ବାପା ଗିରଫ
Khabar Odisha:Rape

 ବଲାଙ୍ଗୀର, ଡିସେମ୍ବର ୨(ଖବର ଓଡ଼ିଶା): ବାପା ନାମରେ କଳଙ୍କ । ସାବତ ଝିଅକୁ ଦୁଷ୍କର୍ମ କରି ବାପା ଗିରଫ । ଏଭଳି ଏକ ଲଜ୍ଜ୍ୟାକର ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ମହାଦେବପାଲି ଗାଁରେ ।

ଅଭିଯୋଗ ଅନୂଯାଇ ଗାଁର ଭାଗବତ ବେହେରା ନାମକ ଜଣେ ବ୍ୟକ୍ତି ନିଜ ୧୩ ବର୍ଷର ନାବାଳିକା ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ କରିଆସୁଥିଲା । ମାତ୍ର ଡ଼ରରେ ନାବାଳିକା ଜଣଙ୍କ ଏହି କଥା କାହାକୁ କହିପାରିନଥିଲା ।

କିନ୍ତୁ ଗତକାଲି ନିଜର ସବୁ ସୀମା ଅତିକ୍ରମ କରିଥିଲା ଅଭିଯୁକ୍ତ ଭାଗବତ । ଜଙ୍ଗଲକୁ କାଠ ଆଣିବା ବାହାନା କରି ଝିଅକୁ ଡାକି ନେଇ ଜଙ୍ଗଲରେ ପୁନଶ୍ଚ ଦୁର୍ଷ୍କମ କରିବା ପରେ ପୁରା ଘଟଣା ସମ୍ପର୍କ ନାବାଳିକା ଝିଅ ନିଜ ମା’ଙ୍କୁ ଜଣାଇଥିଲା ।

ଏହାପରେ ପୁରା ଘଟଣା ସମ୍ପର୍କରେ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହାପରେ ଆଜି ପୋଲିସ୍ ଅଭିଯୁକ୍ତ ଭାଗବତ ବେହେରାକୁ ଗିରଫ କରିଥିବା ଜଣାପଡିଛି । ଆସନ୍ତା କାଲି ପୀଡିତାର ଡାକ୍ତରୀ ମାଇନା ହେବା ପରେ ଅଭିଯୁକ୍ତକୁ କୋର୍ଟ ଫରୱାର୍ଡ କରାଯିବ ବୋଲି ପୁଇଁତଳା ଥାନା ଅଧିକାରୀ ସ୍ପଷ୍ଟ କରିଛନ୍ତି ।

  • Tags:

Subscribe

National International State Sports Entertainment