କବରାପାଲିରେ ଶେଷ ହେଲା ରାମନବମୀ ମହୋତ୍ସବ । ଆମ ହିନ୍ଦୁ ସଂସ୍କୃତିରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନାମର ଅନେକ ମହତ୍ତ୍ଵ ଅଛି । ଆଉ ପ୍ରଭୁ ରାମଙ୍କ ପବିତ୍ର ରାମନବମୀ କୁ ନିଷ୍ଠା ଓ ଭକ୍ତି ସହକାରେ ସବୁଠି ପାଳନ କରାଯାଇଥାଏ । ତେବେ ଏହାରିମଧ୍ୟରେ ସମ୍ବଲପୁର ଜିଲ୍ଲାର କବରାପାଲି ଗ୍ରାମରେ ଆଡମ୍ବର ସହ ରାମନବମୀ ମହୋତ୍ସବ ପାଳନ କରାଯାଏ । ଆଉ ଏଠାରେ ଅନୁଷ୍ଠିତ ହୋଇଥିଲା ୧୨ ଦିନିଆ ରାମନବମୀ ମହୋତ୍ସବ । ଆଉ କବରାପାଲି ଗ୍ରାମ ୧୨ ଦିନ ଧରି ରାମମୟ ହୋଇଥିଲା । ଏଠି ଗଲେ ଆପଣଙ୍କୁ ଲାଗିବ ଯେ ଆପଣ ଅଛନ୍ତି ସତସତିକା ରାମଚନ୍ଦ୍ର ଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ରେ । ଆଉ ରାମନବମୀ ଏଠି ଗ୍ରାମବାସୀଙ୍କ ପାଇଁ ଏକ ଅନନ୍ୟ ଅଦ୍ୱିତୀୟ ପରମ୍ପରା ରେ ପରିଗଣିତ ହେଲାଣି । ତେବେ ଗ୍ରାମରେ ୧୯୪୮ ମସିହା ରେ ଏହା ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ବର୍ଷ ୭୬ ବର୍ଷ ରେ ପଦାର୍ପଣ କରିଥିଲା ।
ଏଥିପାଇଁ ବହୁ ଧୁମଧାମରେ ଏହା ପାଳନ କରାଯାଇଥିଲା । କବରାପାଲି ରାମନବମୀ ମହୋତ୍ସବ ପାଇଁ ଏଠାରେ ମୁଖ୍ୟ ଆକର୍ଷଣ ସାଜିଥାଏ ରାମ ଲୀଳା । ଏଥିପାଇଁ ଗ୍ରାମରେ ଗାଦିପୁଜା ଠାରୁ ଆରମ୍ଭ ହୋଇ ରାମଜନ୍ମ,ସୀତା ବିବାହ,ରାମ ବନବାସ,ସୀତା ଚୋରୀ,ସତି ଅନସୂୟା ଭେଟ, ସୃପନେଖା ନାକ ଛେଦନ ,ଲଙ୍କା ପୋଡି,ଅକ୍ଷୟ କୁମାର ବଧ,କୁମ୍ଭକର୍ଣ୍ଣ ବଧ,ଇନ୍ଦ୍ରଜିତ ବଧ ଏବଂ ରାବଣ ବଧ ପ୍ରଭୃତି କାର୍ଯ୍ୟକ୍ରମ କୁ ପର୍ଯ୍ୟାୟ କ୍ରମେ ଏହା ମଞ୍ଚରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂକିର୍ତ୍ତନ, ବାଦିପାଲା, ପାରାୟଣ,ମହିଳା ସଂକିର୍ତ୍ତନ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କବରାପାଲି ଗ୍ରାମର ରାମନବମୀ ମହୋତ୍ସବ ର ବିଶେଷତ୍ବ ହେଲାଯେ ରାମନବମୀ ମହୋତ୍ସବ ଆୟୋଜନ ହୋଇଥିବା ୧୨ ଦିନଧରି କବରାପାଲି ଗ୍ରାମରେ ଆମିଷ ଓ ନିଶାନିନାରଣକୁ କଡାକଡି ଭାବେ ପାଳନ କରାଯାଇଥାଏ । ରାମନବମୀ ମହୋତ୍ସବ ମାଧ୍ୟମରେ ରାମାୟଣର ଶିକ୍ଷା ଓ ପ୍ରଭୁ ରାମଚନ୍ଦ୍ର ଙ୍କ ଆଦର୍ଶ କୁ ଆଗାମୀ ଦିନର ଯୁବପିଢି ଙ୍କୁ ଅବଗତ କରାଇବା ପାଇଁ ପ୍ରୟାସ କରାଯାଇଥିଲା ।
ଅଧିକ ପଢନ୍ତୁ :ଫୁଲବାଣୀ ଓକିଲସଙ୍ଘ ପକ୍ଷରୁ ଆଇନଜୀବି ଦିବସ ପାଳିତ