ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି। ଏହାପରେ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ମାର୍ଚ୍ଚ ୧୬ରେ ହେବ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ। ବିଧିବଦ୍ଧ ଭାବେ ରାଜ୍ୟସଭା ଆସନ ପାଇଁ ଲଢ଼ିବେ ପ୍ରାର୍ଥୀ। ଏହାପରେ ସେହିଦିନ ଗଣତି ହେବ ଭୋଟ। ଭୋଟ ଗଣତି ଶେଷ ହେବା ପରେ ଜଣାପଡିବ କିଏ ମାରିଚି ବାଜି।
ତେବେ ଓଡ଼ିଶାର ଏହି ୪ଟି ରାଜ୍ୟସଭା ଆସନ ପାଇଁ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁଜିତ କୁମାର, ମମତା ମହାନ୍ତ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସୁକେଶୀ ଓରାମ, ଶାରଦା ଶତପଥୀ, ପୂର୍ଣ୍ଣିମା କେରକେଟାଙ୍କ ନାମକୁ ନେଇ ବେଶ ଚର୍ଚ୍ଚା ରହିଛି। ଚତୁର୍ଥ ଆସନଉପରେ ବି ବିଜେପିର ନଜର ରହିଛି। ଏଥିପାଇଁ ବିଜେପି ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ଥିବା ଶୁଣିବାକୁ ମିଳୁଛି କିନ୍ତୁ ଏପର୍ଯ୍ୟନ୍ତ ନାମ କୌଣସି ନାମ ଘୋଷଣା ହୋଇନାହିଁ। ନିର୍ବାଚନର ସମସ୍ତ ଦାୟିତ୍ୱ କେନ୍ଦ୍ରୀୟ ନେତୃତ୍ୱ ହାତରେ ଛାଡ଼ି ଦିଆଯାଇଛି। ନିଷ୍ପତ୍ତି ସଂସଦୀୟ ବ୍ୟାପାର କମିଟି ନେବ
ବିଜେଡି ସୁପ୍ରିମୋଙ୍କ ଉପରେ ସମସ୍ତଙ୍କ ନଜର ରହିଛି କାହାକୁ ସେ ଏହି ଆସନ ପାଇଁ ଲଢେ଼ଇବେ ତାହା ଦ୍ଵନ୍ଦରେ ରହିଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, ପୂର୍ବଭଳି ନବୀନ କିଛି ବଡ଼ ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି। ତୃଣମୂଳ ସ୍ତରର ଦଳୀୟ ସଂଗଠକ କିମ୍ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ନବୀନ ରାଜ୍ୟସଭା ପଠାଇପାରନ୍ତି। ଅନ୍ୟପଟେ ରାଜ୍ୟସଭାର ୩ଟି ଆସନ ବିଜେପି ଜିତିବା ବୋଲି ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି।
ଗତ ରବିବାର ରାଜ୍ୟ କାର୍ଯ୍ୟାଳୟରେ ବିଜେପିର କୋର କମିଟି ବୈଠକ ବସିଥିଲା। ସେଥିରେ ରାଜ୍ୟସଭାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ତେବେ ପ୍ରତି ଆସନ ପାଇଁ ସମ୍ଭାବ୍ୟ ୪ଜଣ ଲେଖାଏଁ ନେତାଙ୍କ ନାମର ପ୍ରସ୍ତାବ ଦେଇଛି କୋର କମିଟି। ଏଭଳି ଭାବେ ୨ଟି ଆସନ ପାଇଁ ୮ଜଣ ନେତାଙ୍କ ନାମ ସମ୍ଭାବ୍ୟ ତାଲିକାରେ ରଖାଯାଇଛି ।
ଅଧିକ ପଢନ୍ତୁ ; ଆଇଗିଣିଆରେ ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍