ଭୁବନେଶ୍ୱର : ଲୋକନୃତ୍ୟ ଗୁରୁ ଉଛବ ଚରଣ ଦାସଙ୍କ ପରଲୋକ। ୮୦ ବର୍ଷ ବୟସରେ ହୋଇଛି ନିଧନ। ଆଉ ଦେଖିବାକୁ ମିଳିବ ନାହିଁ ସେହି ଲୋକପ୍ରିୟ ପାରମ୍ପରିକ ଘୋଡ଼ାନାଚ। କଟକ ଚୌଦ୍ବାରସ୍ତିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତେବେ ପଦ୍ମଶ୍ରୀ ଉଛବ ଚରଣ ଦାସଙ୍କ ପରଲୋକରେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି।
ସୂଚନା ଅନୁସାରେ , ଆମ ଲୋକକଳା, ସଂସ୍କୃତିକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଗୁରୁ ଉଛବ ଚରଣ ଦାସ। ଏପରିକି ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ତାଙ୍କର ବିଶିଷ୍ଟ ଅବଦାନ ରହିଛି। ତେବେ କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ତେବେ ବୁଧବାର ବିଳମ୍ବିତ ରାତିରେ ଗୁରୁ ଉଛବ ଚରଣ ଦାସ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ପରିବାରଲୋକେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ।
ଅଧିକ ପଢନ୍ତୁ ; ଆଇଗିଣିଆରେ ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍