ଭୁବନେଶ୍ୱର : ପୁଣି ରାଜଧାନୀରେ ଏକ ଭୟଙ୍କର ଅଘଟଣ। ଆଇଗିଣିଆରେ ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍। ଯାହାଫଳରେ ଆଇଗିଣିଆ ମାର୍କେଟରେ ବିଷାକ୍ତ ଆମେନିଆ ଗ୍ୟାସ୍ ଲିକ୍ ହୋଇଛି। ଚାରିଆଡେ ବିଷାକ୍ତ ଆମେନିଆ ଗ୍ୟାସ ପ୍ରଭାହିତ ହେବାରେ ଲାଗିଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୋକାନ ଦୋକାନ ବୁଲି ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛି। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଥିଲା ଅଗ୍ନିଶମ ବାହିନୀ।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ଆଇଗିଣିଆ କୋଲ୍ଡ ଷ୍ଟୋରେଜକୁ ଯାଇଥିବା ଆମୋନିଆ ଗ୍ୟାସ୍ ପାଇପ ଫାଟିଯାଇଥିଲା। ଯାହାଫଳରେ କ୍ଷଣକ ମଧ୍ୟରେ ଚାରିଆଡେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହାପରେ ଉକ୍ତ ସ୍ଥାନରେ ଥିବା ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଥିଲା। ତେବେ ଉକ୍ତ ଅପରେସନରେ ୩୫ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ଡିଏଫ୍ଓ, ଏଏଫ୍ଓ ଓ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ସାମିଲ ଥିଲେ। ତେବେ କିପରି ପାଇପରୁ ଆମୋନିଆ ଗ୍ୟାସ୍ ଲିକ୍ ହେଲା ସେ ନେଇ ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ ; ସକାଳୁ ଥଣ୍ଡା , ଦିନ ୧୦ଟାରେ ଅସହ୍ୟ ତାତି