ନଅ ଦିନ ପାଇଁ ଶ୍ରୀମନ୍ଦିର ଛାଡି ଜନ୍ମବେଦୀକୁ ଯାଇଛନ୍ତି ମହାପ୍ରଭୁ । ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଅନେକ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ଆସନ୍ତା ସୋମବାର ବାହୁଡା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟା ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏନେଇ ଆଜି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ତିନିରଥ ଦର୍ପଦଳନ , ତାଳଧ୍ୱଜ ଓ ନନ୍ଦିଘୋଷ ରଥ ବାହୁଡା ଯାତ୍ରା ପାଇଁ ଦକ୍ଷିଣ ମୋଡ଼ କରାଯାଇଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାହୁଡା ଯାତ୍ରାର ପ୍ରସ୍ତୁତି ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।