ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଦେବଗଡ଼ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ମତଦାନ ହୋଇଛି । ଦେବଗଡ଼ ଜିଲ୍ଲାରେ ୩୩୭ ବୁଥରେ ମତଦାନ ହୋଇଛି ।
ଦେବଗଡ଼ ଜିଲ୍ଲା ପ୍ରଶାସନ ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ତେବେ ଦିନ ୩ଟା ସୁଦ୍ଧା ମତଦାନ ହାର ୫୬% ହୋଇଥିଲା ବେଳେ ଅସହାୟ ବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା ହୋଇଥିଲା । ମତଦାନ କେନ୍ଦ୍ରରେ ଭଲେଣ୍ଟରଙ୍କ ସହଯୋଗ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ଓ ସ୍ଥାନେ ସ୍ଥାନେ ସଖୀ ମତଦାନ କେନ୍ଦ୍ର ଆଦର୍ଶ ମତଦାନ କେନ୍ଦ୍ର ଦେଖିବାକୁ ମିଳିଥିଲା । ଭୋଟକେନ୍ଦ୍ରରେ ମହିଳା ମାନେ ଲମ୍ବା ଲାଇନରେ ରହି ମତଦାନ ସାବ୍ୟସ୍ତ କରିଛନ୍ତି ।