ଭୁବନେଶ୍ଵର: ଆମ୍ବ ଟାକୁଆ ଜାଉ ଖାଇବା ଘଟଣାକୁ ନେଇ ଆସିଲା ନୂଆ ତଥ୍ୟ । ଆମ୍ବ ଟାକୁଆ ଜାଉରୁ ଦୁଇ ରୋଗୀଙ୍କୁ ହେପାଟାଇଟିସ୍ ହୋଇଛି । ଏନେଇ ଆଜି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଏକ ବଡ ପ୍ରତିକ୍ରିୟା ଦେଇ କହିଛନ୍ତି କଟକରେ ଚିକିତ୍ସାଧିନ ଥିବା ଦୁଇ ରୋଗୀଙ୍କ ହେପାଟାଇଟିସ୍ ହୋଇଛି। ଏହା ଫଙ୍ଗଲ ଇନଫେକ୍ସନରୁ ହୋଇଛି। ଆମ୍ବ ଟାକୁଆ ଜାଉ ଯେଉଁ ପ୍ରଥମ ଦିନ ଖାଇଲେ, ସେଥିରେ କିଛି ହେଲାନି। ହେଲେ ଦୁଇ ଦିନ ରଖିକି ଯେଉଁ ଜାଉ ରୋଷେଇ ଖାଇଲେ, ତାହା ଫଙ୍ଗଲ ଗ୍ରୋଥ୍ ସହ ଟକ୍ସିନ ହେଲା । ଯାହା ବିଷାକ୍ତ ହୋଇଗଲା ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ତିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏବଂ ଏଥିରେ ୬ ଜଣ ଗୁରୁତରଙ୍କ ମଧ୍ଯରୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହାରି ମଧ୍ୟରେ ଏସସିବି ରେ ଚିକିତ୍ସାଧିନ ଥିବା ଦୁଇ ଜଣଙ୍କୁ ହେପାଟାଇଟିସ୍ ହୋଇଛି ।