ବୃଦ୍ଧାଙ୍କୁ ଟାଣି ନେଇ ଖାଇଗଲା ମହାବଳ ବାଘ
Khabar Odisha:Panic-grips-residents-of-Jalamadei-village-in-Sunabeda-sancuary-after-Royal-Bengal-Tiger-reportedly-attacked-and-killed-elderly-woman
ଖବର ଓଡିଶା : 20/03/2023

ନୂଆପଡ଼ାରେ ବାଘ ଆତଙ୍କ।  ଘର ବାଡ଼ିରୁ ବୃଦ୍ଧାଙ୍କୁ ବାଘ ଟେକି ନେଇ ଖାଇଦେଇଥିବା ଅଭିଯୋଗ। କୋମନା ବ୍ଲକ ସୋସେଙ୍ଗ ପଞ୍ଚାୟତ ଜଳମଡାଇ ଗାଁ ରେ ଘଟିଛି ଅଭାବନୀୟ ଘଟଣା। ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଳମଡେଇ ଗାଁର ସାନମତି ଘର ପଛପଟ ବାରିକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଏକ ମହାବଳ ବାଘ ଆସି ବୃଦ୍ଧାଙ୍କୁ ଟାଣି ନେଇ ଖାଇ ଯାଇଥିଲା। ବିଳମ୍ବ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ବୃଦ୍ଧାଙ୍କର ରକ୍ତକୁ ଶୋଷି ଦେବା ସହ ଅଧା ଶରୀରକୁ ବାଘ ଖାଇ ଯାଇଛି। ଏହା ମହାବଳ ବାଘର କାମ ହୋଇଥିବା ଅନୁମାନ କରୁଛୁ ବୋଲି ସୁନାବେଡ଼ା ବନ୍ୟା ପ୍ରାଣୀ ବିଭାଗ ଫରେଷ୍ଟର ଶିବ ପ୍ରସାଦ ଖମାରୀ ସୂଚନା ଦେଇଛନ୍ତି।

Subscribe

National International State Sports Entertainment