ପୁରୀ: ସିଂହଦ୍ଵାରରେ ଦୀପ ଜାଳିଲେ ଶ୍ରୀମନ୍ଦିର ସେବକ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ କୁ ସେବାୟତ ସମାଜ ତୀବ୍ର ନିନ୍ଦା କରିଛି । ଗତକାଲି ସିଂହଦ୍ୱାରରେ ଘଟଣାକୁ ନିନ୍ଦା କରି ଦୀପ ଯାଳିଛନ୍ତି ଶହ ଶହ ସେବକ ।ମହାପ୍ରଭୁଙ୍କ ନିକଟରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଶ୍ରୀମନ୍ଦିର ସେବକ । ବିଗତ କିଛି ବର୍ଷ ଧରି ଭାରତରେ ଶାନ୍ତି ରହି ଆସିଥିଲା । ତେବେ ଏଭଳି ଏକ ଘଟଣା ସମଗ୍ର ବିଶ୍ୱବାସୀଙ୍କ ଆଖିରେ ଲୁହ ଦେଇଛି । ତେଣୁ ଆତଙ୍କବାଦୀଙ୍କୁ ସମୂଳ ନିପାତ କରିବାକୁ ଭାରତ ସରକାରଙ୍କୁ ନିବେଦନ କରୁଛୁ ବୋଲି କହିଛନ୍ତି ସେବାୟତ ।ଶାନ୍ତି ପ୍ରିୟ ଦେଶରେ ଏଭଳି ଘଟଣା ଆଉ ସହନୀୟ ନୁହେଁ ।
ହିନ୍ଦୁ ସୁରକ୍ଷା ପାଇଁ ସରକାର ଆଗେଇ ଆସନ୍ତୁ ବୋଲି ସେବାୟତ କହିଛନ୍ତି । ସିଂହଦ୍ୱାରରେ ଦୀପ ଜାଳିବା ସମୟରେ ସମସ୍ତ ସେବକଙ୍କ ଆଖି ଛଳଛଳ ହୋଇଥିବା ବେଳେ କୋହ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।ତେବେ ଭାରତର ଜୟ ଧ୍ୱନି ରେ କମ୍ପିଥିଲା ସିଂହଦ୍ୱାର । ପହଲଗାମ୍ ରେ ସମସ୍ତ ମୃତକଙ୍କ ପାଇଁ ପ୍ରାର୍ଥନା କରିଥିଲେ ସେବାୟତ । ତେବେପହଲଗାମ୍ ରେ ଶାନ୍ତି ଫେରେଇ ଆଣିବା ସହ ପୁଣି ଥରେ ସେଠିକାର ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବାକୁ ଦାବି ହୋଇଛି ।