ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ, ଆଜି ପୁଣି 1643 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ
Khabar Odisha:Odisha-reports-1643-new-COVID19-cases-in-the-last-24-hours-pushing-the-States-tally-to-44193
ଭୁବନେଶ୍ୱର, ଅଗଷ୍ଟ ୦୮ (ଖବର ଓଡ଼ିଶା):

ରାଜ୍ୟରେ ଭୟଙ୍କର ହେବାକୁ ଲାଗିଲାଣି ମହାମାରୀ କରୋନା ସ୍ଥିତି ।  ରାଜ୍ୟରେ ଆଜି 1643 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 1018 ଜଣ ଚିହ୍ନଟ ହୋଇଥିବାବେଳେ 625 ଜଣ ଲୋକାଲ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 44 ହଜାର 193କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 189ଜଣ । ସେହିପରି ସୁସ୍ଥ ହୋଇଛନ୍ତି 28 ହଜାର 697 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 259ଜଣ । ସେହିପରି 48 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

  • Tags:

Subscribe

National International State Sports Entertainment