ଭୁବନେଶ୍ୱର: ରାଜ୍ୟର ସରକାରୀ କଲେଜଗୁଡ଼ିକରେ ଅଣଶିକ୍ଷକକର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ଧରଣର ସଂସ୍କାର ଆଣିଛନ୍ତି ରାଜ୍ୟ ସରକାର। ଏଣିକି କଲେଜ ପ୍ରିନ୍ସିପାଲ୍ କିମ୍ବା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ଆଉ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେଇପାରିବେ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ କ୍ଷମତାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିର ସମ୍ପୂର୍ଣ୍ଣ ଦାୟିତ୍ୱ ଏବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ହାତରେ ରହିବ। ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଶୃଙ୍ଖଳିତ ଏବଂ ନିରପେକ୍ଷ କରିବା ଲକ୍ଷ୍ୟରେ ଉଚ୍ଚଶିକ୍ଷା ବିଭାଗ ଏହି ଗୁରୁତ୍ୱପୂର୍ଣ୍ଣ ଚିଠି ଜାରି କରିଛି।
କେଉଁ କେଉଁ ପଦବୀ ଉପରେ ଲାଗୁ ହେବ ଏହି ନିୟମ ?
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ସରକାରୀ କଲେଜ ଏବଂ ଶିକ୍ଷକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟରତ ଅଣ-ଶିକ୍ଷକ (ନନ୍-କ୍ୟାଡର୍) ପଦବୀ ପାଇଁ ଏହି ନିୟମ ଲାଗୁ ହେବ। ଏଥିରେ ମୁଖ୍ୟତଃ ଗ୍ରୁପ୍-ବି, ଗ୍ରୁପ୍-ସି, ଗ୍ରୁପ୍-ଡି ପଦବୀଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି।
ପୂର୍ବରୁ କଲେଜ ଏବଂ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନଙ୍କ ନିକଟରେ ଏହି କର୍ମଚାରୀମାନଙ୍କୁ ନିଯୁକ୍ତି ଦେବାର କ୍ଷମତା ନ୍ୟସ୍ତ ଥିଲା। ମାତ୍ର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ରୋକିବା ଏବଂ ରାଜ୍ୟସ୍ତରରେ ଏକ ସମାନ ନୀତି କାର୍ଯ୍ୟକାରୀ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
Also Read: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା; ସାମ୍ନାକୁ ଆସିଲା ଓମଙ୍କ ପଲିଗ୍ରାଫ୍ ଟେଷ୍ଟରେ ‘ସତ’,